Business

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ହିଟାଚି ପେମେଂଟ୍ ସର୍ଭିସେସ୍ ସହ ସହଯୋଗିତା

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ “ଏକ୍ସପ୍ରେସ୍ ବ୍ୟାଙ୍କିଂ’ର ଶୁଭାରମ୍ଭ କରିବା ପାଇଁ ହିଟାଚି ପେମେଂଟ୍ ସର୍ଭିସେସ୍ ସହ ସହଯୋଗିତା ସ୍ଥାପନ କରାଯାଇଛି। ଏହା ହେଉଛି ଦେଶର ପ୍ରଥମ ଡିଜିଟାଲ୍ ବ୍ୟାଙ୍କିଂ ପଏଂଟ୍‌। ଏହି ଅଭିନବ ଓମନି ଚ୍ୟାନେଲ ବ୍ୟବସ୍ଥାରେ ଛୋଟ ଆକାରରେ ବ୍ୟାପକ ବ୍ୟାଙ୍କିଂ ସେବା ପ୍ରଦାନ କରି ଶାଖା ବ୍ୟାଙ୍କ ସେବାରେ ବୈପ୍ଳବିକ ପରିବର୍ତନ ଅଣାଯାଇଛି। ବ୍ୟାଙ୍କିିଂ ପ୍ରଯୁକ୍ତି ଓ ସମାଧାନରେ ହିଟାଚି ପେମେଂଟ୍ ସର୍ଭିସେସ୍‌ର ରହିଥିବା ବିଶେଷତାକୁ ଉପଯୋଗ କରି ଏହି ଡିଜିଟାଲ ବ୍ୟାଙ୍କିଂ ପଏଂଟ୍ ଗ୍ରାହକଙ୍କ ପାଇଁ ସୁବିଧା ବଢ଼ାଇବ।
ଏକ୍ସପ୍ରେସ୍ ବ୍ୟାଙ୍କିଂରେ କିଛି ସେବାକୁ ଗ୍ରାହକଙ୍କୁ ସୁହାଇବା ଭଳି ଛୋଟ ଡିଜିଟାଲ ଲବି ଆକାରରେ ପ୍ରଦାନ କରାଯିବ ଯାହାକୁ ଗ୍ରାହକମାନେ ନିଜେ କିମ୍ବା କାହାର ସହାୟତାରେ ବ୍ୟବହାର କରିପାରିବେ। ଏକ୍ସପ୍ରେସ ବ୍ୟାଙ୍କି ୨୪/୭କୁ ଗ୍ରାହକମାନେ ପରିଦର୍ଶନ କରି ନୂଆ ଶାଖା ଖୋଲିବା, ତତ୍କାଳ କାର୍ଡ ପାଇବା, ଫିକ୍ସ ଡିପୋଜିଟ ଖୋଲିବା, ଋଣ ପାଇଁ ଆବେଦନ କରିବା, ୟୁଟିଲିଟି ବିଲ୍ ପେମେଂଟ କରିବା ଆଦି ସେବା ପାଇପାରିବେ। ଏଥିରେ କାର୍ଡ ପ୍ରିଂଟର, ଚେକ ଜମା ବ୍ୟବସ୍ଥା, ପାସବୁକ ପ୍ରିଂଟର ଓ ଏନଏଫସି ଦକ୍ଷତା ଭଳି ସୁବିଧା ମଧ୍ୟ ରହିଛି।
ପାରମ୍ପରିକ ବ୍ୟାଙ୍କିଂର ସୁରକ୍ଷା ଏବଂ ଡିଜିଟାଲ ନବସୃଜନର ସ୍ପିଡ୍ ଓ ଦକ୍ଷତାକୁ ଉପଯୋଗ କରି ଏହି ଡିଜିଟାଲ ବ୍ୟାଙ୍କିଂ ପଏଂଟ୍ ସଦ୍ୟତମ ସୁରକ୍ଷା ଓ ଅନୁକୂଳ ବ୍ୟବହାରକାରୀ ଇଂଟରଫେସ ସହିତ ଗ୍ରାହକ ସେବାରେ ଉନ୍ନତି ଆଣିବ। ଛୋଟ ଓ ନମନୀୟ ବ୍ୟବସ୍ଥା ହୋଇଥିବାରୁ ଏହାକୁ ସହର କେନ୍ଦ୍ର, ଗ୍ରାମାଚଂଳ, କମ୍ୟୁନିଟି ହବ, କର୍ପୋରେଟ ପାର୍କ, ହସ୍ପିଟାଲ ଓ ବିଶ୍ୱବିଦ୍ୟାଳୟ ଆଦିରେ କମ୍ ସ୍ଥାନରେ ଏବଂ ଶୀଘ୍ର ସ୍ଥାପନ କରାଯାଇପାରିବ।
ଆକ୍ସିସ୍ ବ୍ୟାଙ୍କର ସଭାପତି ଓ ମୁଖ୍ୟ-ଶାଖା ବ୍ୟାଙ୍କିଂ, ଉତର ଓ ପୂର୍ବ ଏବଂ ଟିଏଏସ୍‌ସି ବ୍ୟବସାୟ ଶ୍ରୀ ରେନଲ୍ଡ ଡିସୁଜା କହିଛନ୍ତି ଯେ, “ଡିଜିଟାଲ ବ୍ୟାଙ୍କିଂ ପଏଂଟ୍ କେବଳ ଏକ ପ୍ରଯୁକ୍ତି ନବସୃଜନ ନୁହେଁ, ଏହା ଏକ୍ସପ୍ରେସ୍ ବ୍ୟାଙ୍କିଂରେ ନୂଆ ଦର୍ଶନକୁ ଉପସ୍ଥାପନ କରୁଛି। ସୁରକ୍ଷିତ ଡିଜିଟାଲ ସେବାକୁ ନିରବଚ୍ଛିତ ଭାବେ ସମନ୍ୱିତ କରି ଏହି କିଓକ୍ସ ସାରା ଭାରତରେ ମେଟ୍ରୋପଲିଟାନ ହବ୍ ହେଉ କିମ୍ବା ଗ୍ରାମୀଣ ଗୋଷ୍ଠୀ ସବୁଠାରେ ସ୍ମାର୍ଟ, ନିରନ୍ତର ଓ ଭରସାଯୋଗ୍ୟ ବ୍ୟାଙ୍କିଂ ଅନୁଭୂତି ପ୍ରଦାନ କରିବ। ନୂତନ ବ୍ୟାଙ୍କିଂ, ଉନ୍ନତ ଗ୍ରାହକ ଅନୁଭୂତି ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ସମାଧାନ ଜରିଆରେ ବିବିଧ ବର୍ଗର ଗ୍ରାହକଙ୍କ ଉଦୀୟମାନ ଆବଶ୍ୟକତା ପୂରଣ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ଏହି ଅଭିଯାନ ପ୍ରତିଫଳିତ କରୁଛି।’’
ହିଟାଚି ପେମେଂଟ୍ ସର୍ଭିସେସ୍‌ର ପରିଚାଳନା ନିର୍ଦ୍ଦେଶକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ-କ୍ୟାସ୍ ବିଜନେସ୍ ଶ୍ରୀ ସୁମିଲ ବିକ୍ରମସେ କହିଛନ୍ତି ଯେ, “ଭାରତର ପ୍ରଥମ ଡିଜିଟାଲ ବ୍ୟାଙ୍କିଂ ପଏଂଟ୍‌ର ଶୁଭାରମ୍ଭ କରି ଆମେ ବେଶ ଉଲ୍ଲସିତ ଯାହା ହେଉଛି କିଭଳି ବ୍ୟାଙ୍କ ସେବା ପ୍ରଦାନ କରାଯିବ ସେଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରଯୁକ୍ତି ଆଧାରିତ ବ୍ୟାଙ୍କିଂରେ ଏକ ନୂଆ ଯୁଗର ଶୁଭାରମ୍ଭ ସହିତ ଏହା ସାରା ଭାରତରେ ବ୍ୟାଙ୍କ ସେବା ପହଂଚାଇବା ଓ ସେବାକୁ ଡିଜିଟାଇଜ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ପାରମ୍ପରିକ ଓ ଡିଜିଟାଲ ବ୍ୟାଙ୍କିଂ ମଧ୍ୟରେ ଥିବା ଅନ୍ତରକୁ ଆମେ ଦୂର କରୁଥିବା ବେଳେ ଆମର ବିଶ୍ୱାସ ରହିଛି ଯେ ଡିଜିଟାଲ ବ୍ୟାଙ୍କିଂ ପଏଂଟ୍ ଭାରତରେ ସୁବିଧାଜନକ ବ୍ୟାଙ୍କ ଅନୁଭୂତି ଲୋକମାନଙ୍କ ପାଖରେ ପହଂଚାଇବା ପାଇଁ ଏକ ବୃୃହତ ରୂପାନ୍ତରଣର ମଂଚ ପ୍ରସ୍ତୁତ କରିବ।’’

Share

Leave a Reply

Your email address will not be published. Required fields are marked *

14 − 3 =