ଜିଏଫଏଫ ୨୦୨୫ରେ ଏନପିସିଆଇର ଶ୍ରୀ ଅଜୟ କୁମାର ଚୌଧୁରୀଙ୍କ ସମାବେଶୀ ଅର୍ଥନୀତି ପାଇଁ ଦାୟିତ୍ୱପୂର୍ଣ୍ଣ ବୁଦ୍ଧିମତା ପାଇଁ ଆହ୍ୱାନ
ଭୁବନେଶ୍ୱର: ବିଶ୍ୱ ଅର୍ଥନୀତିରେ କୃତ୍ରିମ ବୁଦ୍ଧିମତା (ଏଆଇ) ଏକ ରୂପାନ୍ତରକାରୀ ଶକ୍ତି ଭାବରେ ଉଭା ହୋଇଛି ଯାହା ଆର୍ôଥକ ସେବାଗୁଡ଼ିକୁ କିପରି ପରିକଳ୍ପନା, ବିତରଣ ଏବଂ ଅନୁଭବ କରାଯାଏ ତାହାକୁ ପୁନଃବ୍ୟାଖ୍ୟା କରୁଛି। ମୁମ୍ବାଇରେ ୬ଷ୍ଠ ଗ୍ଲୋବାଲ ଫିନଟେକ୍ ଫେଷ୍ଟ (ଜିଏଫ୍ଏଫ୍) ୨୦୨୫ରେ ବକ୍ତବ୍ୟ ଦେଇ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ ଇଣ୍ଡିଆ (ଏନପିସିଆଇ)ର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏବଂ ସ୍ୱାଧୀନ ନିର୍ଦ୍ଦେଶକ ଶ୍ରୀ ଅଜୟ କୁମାର ଚୌଧୁରୀ ଏଆଇ ବିପ୍ଳବର ବିଶାଳ ସୁଯୋଗ ଏବଂ ଆହ୍ୱାନଗୁଡ଼ିକୁ ଉପରେ ଆଲୋକପାତ କରିଛନ୍ତି।
“ଏଆଇର ପ୍ରତିଶ୍ରୁତି ଏବଂ ବିପଦ: ସମାବେଶୀ ଅର୍ଥନୀତି ପାଇଁ ଦାୟିତ୍ୱପୂର୍ଣ୍ଣ ବୁଦ୍ଧିମତା ଗଠନ” ବିଷୟବସ୍ତୁରେ ଏକ ବିଶେଷ ଅଭିଭାଷଣ ଦେଇ ଶ୍ରୀ ଚୌଧୁରୀ କହିଛନ୍ତି ଯେ “କୃତ୍ରିମ ବୁଦ୍ଧିମତା ଏକ ପାର୍ଶ୍ୱ ବିଷୟରୁ ମୁଖ୍ୟଧାରାରେ ପ୍ରବେଶ କରିଛି। ଆମେ କିପରି ଆର୍ôଥକ ସେବା ପରିକଳ୍ପନା, ବିତରଣ ଏବଂ ଅନୁଭବ କରୁ ତାହାକୁ ଏହା ପୁନର୍ବିନ୍ୟାସ କରୁଛି ଏବଂ ଦକ୍ଷତା, ସମାବେଶିତା ଏବଂ ସ୍ଥିରତା ପାଇଁ ଦ୍ୱାର ଉନ୍ମକ୍ତ କରୁଛିି।”
ଏଆଇର ଦ୍ରୁତ ଗ୍ରହଣୀୟତା ଉପରେ ଆଲୋକପାତ କରି ସେ ଉଲ୍ଲେଖ କରିଛନ୍ତି ଯେ ବ୍ୟାଙ୍କିଂ, ବୀମା, ପୁଞ୍ଜି ବଜାର ଏବଂ ପେମେଣ୍ଟସ୍ କ୍ଷେତ୍ରରେ ଏଆଇରେ ନିବେଶ ୨୦୨୭ ବେଳକୁ ପ୍ରାୟ ୧୦୦ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ୭୮% ଆର୍ôଥକ ସଂସ୍ଥା ପୂର୍ବରୁ ଅତି କମରେ ଗୋଟିଏ କାର୍ଯ୍ୟରେ ଏଆଇ ପ୍ରୟୋଗ କରିଛନ୍ତି। ଏହି ହାର ୨୦୨୩ରେ ୫୫% ଥିଲା । ଏଆଇ କାମ କରିବ କି ନାହିଁ ତାହାକୁ ନେଇ ଶିଳ୍ପ ସ୍ପଷ୍ଟ ହୋଇପାରୁନାହିଁ। ପ୍ରକୃତ ପ୍ରଶ୍ନ ହେଉଛି ଆମେ ଏହି ଶକ୍ତିକୁ ସତର୍କତାର ସହିତ ବ୍ୟବହାର କରୁଛନ୍ତି ନା ନାହିଁ ବୋଲି ସେ କହିଛନ୍ତି।
ଶ୍ରୀ ଚୌଧୁରୀ ଏଆଇ ରୂପାନ୍ତରଣର ଦୁଇଟି ପ୍ରମୁଖ ମାପଦଣ୍ଡକୁ ଗୁରୁତ୍ୱ ଦେଇଛନ୍ତି ଯଥା ‘ଜେନେରେଟିଭ୍ ଏଆଇ’, ଯାହା ବିସ୍ତୃତ ପରିମାଣରେ ବିଷୟବସ୍ତୁ ସୃଷ୍ଟି ଏବଂ ବିଶ୍ଳେଷଣକୁ ସକ୍ଷମ କରୁଛି ଏବଂ ଏଜେଣ୍ଟିକ୍ ଏଆଇ ଯାହା ସ୍ୱାଧୀନ ଭାବରେ ଜଟିଳ କାର୍ଯ୍ୟଗୁଡିକ କାର୍ଯ୍ୟକାରୀ କରୁଛି। ସେ କହିଛନ୍ତି, ପ୍ରଚ୍ଛନ୍ନତା ଚିହ୍ନଟ, ନିୟମ ଅନୁସରଣ ସ୍ୱୟଂଚାଳିତକରଣ, ସଠିକ ବାଣିଜ୍ୟ, ଏବଂ ଗ୍ରାହକ ଯୋଡିବା କ୍ଷେତ୍ରରେ ବିଶାଳ ସମ୍ଭାବନା ରହିଛି ଯାହା ବିଶ୍ୱର ବ୍ୟାଙ୍କଗୁଡିକ ପାଇଁ ବାର୍ଷିକ ୩୪୦ ବିଲିୟନ ଆମେରିକୀୟ ଡଲାର ପର୍ଯ୍ୟନ୍ତ ଉତ୍ପାଦକତା ଲାଭ ଆଣିପାରିବ ବୋଲି ସେ କହିଛନ୍ତି।
ଏହାସହିତ, ବଢ଼ୁଥିବା ‘ଏଆଇ ସମ୍ବନ୍ଧୀୟ ସମ୍ବେଦନଶୀଳତା’କୁ ନେଇ ମଧ୍ୟ ସେ ସତର୍କ କରିଛନ୍ତି ଯଥା ଆଲଗୋରିଦମରେ ପକ୍ଷପାତ, ସ୍ୱଚ୍ଛତାର ଅଭାବ, ବ୍ୟବସ୍ଥାଗତ ନିର୍ଭରଶୀଳତା ଏବଂ ଭିତ୍ତିଭୂମି ସ୍ତରଗୁଡିକରେ ସାନ୍ଦ୍ରତା ବିପଦ। ସେ ଉଲ୍ଲେଖ କରିଛନ୍ତି ଯେ କିଛି କମ୍ପାନୀ ବର୍ତ୍ତମାନ ଏଆଇ ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଉପାଦାନଗୁଡିକୁ ପ୍ରଭାବିତ କରୁଛନ୍ତି, ଯେଉଁଥିରେ ସ୍ୱତନ୍ତ୍ର ଚିପ, କ୍ଲାଉଡ୍ ପ୍ଲାଟଫର୍ମ ଏବଂ ଫାଉଣ୍ଡେସନ୍ ମଡେଲ୍ ରହିଛି। ସେଗୁଡିକ ଆର୍ôଥକ ସ୍ଥିରତା, ଅର୍ଥନୈତିକ ସାର୍ବଭୌମତା ଏବଂ ଜାତୀୟ ନିରାପତା ପାଇଁ ଏକ ସମ୍ଭାବନା ସୃଷ୍ଟି କରୁଛି।
ସେ କହିଛନ୍ତି ଯେ ଦାୟିତ୍ୱପୂର୍ଣ୍ଣ ଏଆଇ ଏକ ନାରା ନୁହେଁ। ଏହା ଆଗକୁ ବଢ଼ିବାର ଏକମାତ୍ର ଉପାୟ। ଶ୍ରୀ ଚୌଧୁରୀ ଦୃଢ଼ତାର ସହିତ କହିଛନ୍ତି ଯେ ବିଶ୍ୱ ସ୍ତରରେ ସହଯୋଗ ଏବଂ ନିୟାମକ ଅନୁକରଣ ଆବଶ୍ୟକତା ଯାହା ପ୍ରଯୁକ୍ତିଗତ ନିର୍ଭରଶୀଳତାକୁ ବିବିଧୀକରଣ କରୁଛି, ଡାଟା ବ୍ୟବହାରକୁ ଶକ୍ତିଶାଳୀ କରୁଛି ଏବଂ ନୈତିକ ଏଆଇ ପ୍ରୟୋଗକୁ ପ୍ରୋତ୍ସାହିତ କରୁଛି।
ଡିଜିଟାଲ୍ ନବସୃଜନରେ ଭାରତର ବିଶ୍ୱସ୍ତରୀୟ ନେତୃତ୍ୱକୁ ଦର୍ଶାଇ ସେ ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ)ର ମାପ ଏବଂ ସମାବେଶିତାକୁ ଉଲ୍ଲେଖ କରିଥିଲେ। ୟୁପିଆଇ ବର୍ତ୍ତମାନ ମାସକୁ ୨୦ ବିଲିୟନରୁ ଅଧିକ କାରବାରର ପ୍ରକ୍ରିୟାକରଣ କରୁଛି । ସେ ଏନପିସିଆଇର ସମାବେଶୀ ଉଦ୍ୟମଗୁଡିକୁ ମଧ୍ୟ ଉଲ୍ଲେଖ କରିଛନ୍ତି ଯଥା କମ୍-ବ୍ୟାଣ୍ଡଉଇଡଥ୍ ଅଞ୍ଚଳଗୁଡିକ ପାଇଁ ‘ୟୁପିଆଇ ଲାଇଟ୍’, ଫିଚର୍ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ‘ୟୁପିଆଇ ୧୨୩ପେ’ ଏବଂ ‘ୟୁପିଆଇ ଫର୍ ହର’, ଯାହା ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରୁଛି।
ଅନଲାଇନ ବ୍ୟବସାୟ ପେମେଣ୍ଟ ମାନକୀକରଣ କରିବା ପାଇଁ ଭାରତ କନେକ୍ଟର ଇଣ୍ଟରନେଟ୍ ଏବଂ ମୋବାଇଲ୍ ବ୍ୟାଙ୍କିଂ ପ୍ଲାଟଫର୍ମ (ଆଇବିଏମବି) ଅନ୍ତର୍ଭୁକ୍ତ ଏବଂ ଏନପିସିଆଇ ଟେକ୍ ସଲ୍ୟୁସନ୍ ଲିମିଟେଡ୍ (ଏନଟିଏସଏଲ) କୁ ଡୀପ୍-ଟେକ୍ ପରୀକ୍ଷା ଏବଂ ଫିନଟେକ ନବୀନତା ପାଇଁ ଏକ ସମର୍ପିତ କେନ୍ଦ୍ର ଭାବରେ ସେ ଉଲ୍ଲେଖ କରିଛନ୍ତି ।
ଶ୍ରୀ ଚୌଧୁରୀ ଅର୍ଥନୀତିରେ ଏଆଇ ପାଇଁ ଏକ “ମାନବ-ପ୍ରଥମ’ ଉପାୟ ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ଏଆଇର ପ୍ରକୃତ ପରୀକ୍ଷାହେବ ଯେ ଏହା ଦୁର୍ବଳ କରିବା ପରିବର୍ତ୍ତେ ସ୍ଥିରତାକୁ ଶକ୍ତିଶାଳୀ କରିବ ନା ନାହିଁ । ଏହା ସ୍ଥିରତାର ଏକ ଉପକରଣ ହେବା ଉଚିତ୍, ଅସ୍ଥିରତାର ନୁହେଁ। ଯଦି ଆମେ ଏହାକୁ ଦୃଷ୍ଟି, ଅନୁଶାସନ ଏବଂ ଦାୟିତ୍ୱ ସହିତ ପ୍ରୟୋଗ କରୁ, ଏହା ପ୍ରବେଶ ବୃଦ୍ଧି, ସ୍ଥିରତା ଗଠନ ଏବଂ ବୃଦ୍ଧିକୁ ଅଧିକ ସମାବେଶୀ କରିପାରେ ବୋଲି ସେ କହିଛନ୍ତି।

