ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ୍ ଆର୍ଥିକ ବର୍ଷ ୨୦୨୪ରେ ୩୨.୭୧ ପ୍ରତିଶତ ବୃଦ୍ଧି ଅଭିବୃଦ୍ଧି ସହ ୩୧,୭୫୭.୧୯ ଲକ୍ଷ ଟଙ୍କା ରାଜସ୍ୱ ହାସଲ

 ଭୁବନେଶ୍ୱର: ଭାରତରେ ‘ଜୟ ଇ-ବାଇକ୍‌’ ବ୍ରାଣ୍ଡ ଅନ୍ତର୍ଗତ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ଏବଂ ‘ଆନନ୍ଦ ଇ-ରିକ’ ବ୍ରାଣ୍ଡ ଅନ୍ତର୍ଗତ ତିନି ଚକିଆ ଯାନର ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ୍ ଘୋଷଣା କରିଛି । ଆର୍ଥିକ ବର୍ଷ – ୨୦୨୪ (ଏପ୍ରିଲ୍ ୨୩ ରୁ ମାର୍ଚ୍ଚ ୨୪) ଏବଂ ଚତୁର୍ଥ ତ୍ରୈମାସିକ (ଜାନୁଆରୀ-ମାର୍ଚ୍ଚ ୨୦୨୪) ପାଇଁ ଏହାର ଆର୍ଥିକ ଫଳାଫଳ ଘୋଷଣା କରିଛି ।

ଆର୍ଥିକ ବର୍ଷ ୨୦୨୪ରେ ଷ୍ଟାଣ୍ଡଏଲୋନ ଭାବେ ୩୧,୭୫୭.୧୯ ଲକ୍ଷ ଟଙ୍କା ସମୁଦାୟ ରାଜସ୍ୱ ସଂଗ୍ରହ କରିଛି । ଯାହା ପୂର୍ବ ଆର୍ଥିକ ବର୍ଷ – ୨୦୨୩ର ଆଦାୟ ୨୩,୯୨୮.୮୭ ଲକ୍ଷ ଟଙ୍କା ତୁଳନାରେ ୩୨.୭୧ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଟିକସ ପ୍ରଦାନ ପରେ ସମୁଦାୟ ଲାଭ (ପିଏଟି) ୧୪୧୫.୧୬ ଲକ୍ଷ ଟଙ୍କା ରହିଛି । ଯାହା ପୂର୍ବ ବର୍ଷ – ୨୦୨୩ ୯୪୪.୨୧ ଲକ୍ଷ ଟଙ୍କା ତୁଳନାରେ ୪୯.୮୦ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ସେହିଭଳି ଆର୍ଥିକ ବର୍ଷ ୨୦୨୪ରେ ସମୁଦାୟ ମିଳିତଭାବେ ୩୨,୧୬୨.୯୮ ଲକ୍ଷ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଛି ।

ଆର୍ଥିକ ବର୍ଷ -2024 ଚତୁର୍ଥ ତ୍ରୈମାସିକ (ଜାନୁଆରୀ-ମାର୍ଚ୍ଚ ୨୦୨୪) ଫଳାଫଳ ଲକ୍ଷ୍ୟ କଲେ ୧୨,୮୨୨.୨୬ ଲକ୍ଷ ଟଙ୍କା ସମୁଦାୟ ରାଜସ୍ୱ ସଂଗ୍ରହ କରିଛି । ଯାହା ପୂର୍ବ ଆର୍ଥିକ ବର୍ଷ – ୨୦୨୩ର ଚତୁର୍ଥ ତ୍ରୈମାସିକ ଆଦାୟ ୫,୦୭୬.୨୨ ଲକ୍ଷ ଟଙ୍କା ତୁଳନାରେ ୧୫୨.୫୯ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଚତୁର୍ଥ ତ୍ରୈମାସିକରେ ଟିକସ ପ୍ରଦାନ ପରେ ସମୁଦାୟ ଲାଭ (ପିଏଟି) ୪୨୭.୯୮ ଲକ୍ଷ ଟଙ୍କା ରହିଛି । ଯାହା ପୂର୍ବ ବର୍ଷ – ୨୦୨୩ ଚତୁର୍ଥ ତ୍ରୈମାସିକରେ ୧୪୪.୬୨ ଲକ୍ଷ ଟଙ୍କା ରହିଥିଲା ।

ସେହିଭଳି ଆର୍ଥିକ ବର୍ଷ ୨୦୨୪ର ଚତୁର୍ଥ ତ୍ରୈମାସିକରେ ସମୁଦାୟ ମିଳିତଭାବେ ୧୨,୮୨୫.୯୬ ଲକ୍ଷ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଛି ।

ଏହି ଅବସରରେ ପରିଚାଳନା ନିର୍ଦ୍ଦେଶକ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ୍ କହିଛନ୍ତି, “ଆର୍ଥିକ ବର୍ଷ-୨୦୨୪ରେ, ଆମେ ଅଭିନବତା ଏବଂ ନୂତନ ସଫଳତା ସହିତ ବଜାରରେ ଆମର ସ୍ଥିତିକୁ ମଜବୁତ କରିଛୁ । ଆମେ ୧ ଲକ୍ଷ ବୈଦ୍ୟୁତିକ ଦୁଇ ଚକିଆ ବିକ୍ରିର ମାଇଲଖୁଣ୍ଟ ହାସଲ କରିଛୁ (ଲଞ୍ଚ ପରଠାରୁ), ଯାହା ବ୍ରାଣ୍ଡ ଉପରେ ଗ୍ରାହକଙ୍କ ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଥିବାର ଏକ ପ୍ରମାଣ । ଆମେ ନୂତନ ଉଦ୍ଭାବନ ଏବଂ ବିକାଶ ସହିତ ଏକ ସ୍ଥାୟୀ ଭବିଷ୍ୟତ ଆଡକୁ ଗତି କରୁଛୁ । ସମ୍ପ୍ରତି ଆମେ ଏକ ହାଇଡ୍ରୋଜେନ୍ ଚାଳିତ ଇ-ସ୍କୁଟର ପ୍ରୋଟୋଟାଇପ୍ ଉନ୍ମୋଚନ କରିଛୁ ଏବଂ ଟେକ୍ନୋଲୋଜି ବିକାଶ କାର୍ଯ୍ୟ ପାଇଁ ଅନ୍ତର୍ଜାତୀୟ ସ୍ତରରେ ସହଭାଗୀତା ହାସଲ କରିଛୁ । ଆର୍ଥିକ ବର୍ଷ ୨୦୨୫ ରେ, ଆମେ ଆମର ପ୍ରୟାସକୁ ବଢ଼ାଇବା ସହ, ଆମର ଉପସ୍ଥିତି ବିସ୍ତାର କରିବା ଏବଂ ଆମର ଆର ଏଣ୍ଡ୍ ଡ଼ି କ୍ଷମତାକୁ ସୁଦୃଢ କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରିବୁ । ଆଗାମୀ ସମୟରେ, ଆମେ ବୈଦ୍ୟୁତିକ ଯାନର ନୂତନ ମଡେଲଗୁଡିକର ଶୁଭାରମ୍ଭ, ଉଦ୍ଭାବନ ଓ ବିକାଶ ଦିଗରେ କାର୍ଯ୍ୟ ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛୁ । ନୂତନ ପିଢ଼ିର ପ୍ରଯୁକ୍ତି ସହିତ କାର୍ଯ୍ୟ କରି ଏହି ଶିଳ୍ପ ବର୍ଗରେ ଆମର ସ୍ଥିତିକୁ ସୁନିଶ୍ଚିତ କରିବାକୁ ଆମେ ଆମର ଉଦ୍ୟମ ଜାରି ରଖିବୁ । ”

Share

Leave a Reply

Your email address will not be published. Required fields are marked *

six + fifteen =