ମୋ ସାନପୁଅ ପୂର୍ବରୁ ରାଜନୀତି କଥା ବୁଝିଛନ୍ତି,ମୋ ଠାରୁ ଅଧିକ ମୋ ପୁଅ ଲୋକଙ୍କ କଥା ବୁଝିବ

ଭୁବନେଶ୍ୱର()  ରାଜନୀତି ମଇଦାନରେ ପାଦ ଦେବେ ସୁରଙ୍କ ସାନପୁଅ ମନ୍ମଥ ରାଉତରାୟ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା ସୁର ରାଉତରାୟ ।
ସେ କହିଛନ୍ତି ବର୍ତ୍ତମାନ ଏୟାର ଇଣ୍ଡିଆରେ ପାଇଲଟ ଅଛନ୍ତି ମନ୍ମଥ ରାଉତରାୟ । ୨୦ ଦିନ ବିମାନ ଉଡ଼ାଣ ଓ ବାକି ୧୦ ଦିନ ସାଧାରଣ ଲୋକଙ୍କ କଥା ବୁଝୁଛନ୍ତି ମନ୍ମଥ । ଭୁବନେଶ୍ୱର ଧ ଜଟଣୀରେ ରହି ମନ୍ମଥ ରାଉତରୟ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝୁଛନ୍ତି ବୋଲି ସୁର ରାଉତରାୟ କହିଛନ୍ତି । କେବଳ ଏତିକି ନୁହେଁ ସୁର କହିଛନ୍ତି ଯେ, “ମୋ ଠାରୁ ଅଧିକ ମୋ ପୁଅ ମନ୍ମଥ ରାଉତରାୟ ଲୋକଙ୍କ କଥା ବୁଝିବ’ । ସୁରଙ୍କ ବଡ଼ପୁଅ ସିଦ୍ଧାର୍ଥ ଦୂରରେ ରହୁଛନ୍ତି । ମନ୍ମଥ ଏଠାରେ ରହୁଛନ୍ତି । ମନ୍ମଥ ପୂର୍ବରୁ ମଧ୍ୟ ରାଜନୀତି କଥା ବୁଝିଛନ୍ତି । ତେଣୁ ମନ୍ମ୍ଥ ଆଗକୁ ରାଜନୀତି ଜଗତରେ ପାଦ ଦେବ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 − two =