ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର() ଉତର ଉପକୂଳ, ଆନ୍ଧ୍ରପ୍ରଦେଶ ଓ ଆଭ୍ୟନ୍ତରୀଣ ଓଡିଶାଉପରେ ରହିଛି ଘୂର୍ଣ୍ଣିବଳୟ । ସମୁଦ୍ର ପତନଠାରୁ ଶୂନ ଦଶମିକ ୯ କିଲୋମିଟର ଉଚ୍ଚରେ ରହିଛି ଘୂଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତାକାଲି ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ଜଗତସିଂହପୁର, ପୁରୀ, ଗଂଜାମ ଏବଂ ସମ୍ବଲପୁର ଜିଲ୍ଲାରେ ଆସନ୍ତାକାଲି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ତେବେ ୧୦ତାରିଖରୁ ବର୍ଷାର ପରିମାଣ କମିବା ସହ ରାଜ୍ୟର ୯ଟି ଜିଲ୍ଲାରେ ଘନ କୁହୁଡି ପଡିବ ।

Share

Leave a Reply

Your email address will not be published. Required fields are marked *

ten − nine =