ଆହୁରି ୪୮ଘଣ୍ଟା ବର୍ଷିବ

ଭୁବନେଶ୍ୱର() ଗତକାଲି ଠାରୁ ଲଘୁଚାପ ଜନିତ ବର୍ଷା ଅବିଶ୍ରାନ୍ତ ଭାବେ ଲାଗିରହିବା ଫଳରେ ସାରା ରାଜ୍ୟରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଏହି ବର୍ଷାର ପରିମାଣ ବଢିବାରେ ଲାଗିଛି ଏବଂ ଏହା ଆହୁରି ୪୮ ଘଣ୍ଟା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ରାଜ୍ୟରେ ଘଡଘଡି ସହ ପ୍ରବଳ ବର୍ଷା ନେଇ ୨୦ଟି ଜିଲ୍ଲାକୁ ସତର୍କ କରାଇ ଦେଇଛି ପାଣିପାଗ ବିଭାଗ । ଗଜପତି, ଗଞ୍ଜାମ, ରାୟଗଡା,କନ୍ଧମାଳ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ପୁରୀ, ଖୋର୍ଦ୍ଦା, କଟକ, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ, ମୟୂରଭଂଜ, କେନ୍ଦୁଝର ବର୍ଷା ଅଧିକ ବର୍ଷାର ସମ୍ଭାବନା ରହିଛି ।

ବର୍ଷା ଭୟାବହତା ଯୋଗୁ ରାଜ୍ୟ ସରକାର ୮ଟି ଜିଲ୍ଲାରେ ଶିକ୍ଷା ଅନୁÂାନ ଗୁଡିକ ବନ୍ଦ ଘୋଷଣା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

ten − eight =