ପ୍ରଦୀପଙ୍କ ଇସ୍ତଫା, ଦଳରୁ ଗ୍ରହ ଗଲା: ତାରା

ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା ଜଣାଶୁଣା ଆଦିବାସୀ ନେତା ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେବା ପରେ ଦଳରେ ତେଜୁଛି ରାଜନୀତି । ସାଥୀ ରାଜନେତାମାନେ ଏବେ ପ୍ରଦୀପଙ୍କ ବିରୋଧରେ ବିଷ ଓଗାଳୁଛନ୍ତି । ସୁରଙ୍କ ପରେ ପ୍ରଦୀପଙ୍କୁ ଟାର୍ଗେଟ କରିଛନ୍ତି ତାରା । ସେ କହିଛନ୍ତି କି, ଦଳର ଗ୍ରହ ଦୋଷ କଟିଲା ।

ପ୍ରଦୀପ ମାଝୀଙ୍କ ଇସ୍ତଫା କଂଗ୍ରେସ ଦଳରେ କୌଣସି ପ୍ରଭାବ ପଡିବ ନାହିଁ ବରଂ ଏଣିକି କଂଗ୍ରେସ ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି । ପ୍ରଦୀପ ମାଝୀ ଯାହା ବି ପାଇଛନ୍ତି କଂଗ୍ରେସ ଦଳରୁ ହିଁ ପାଇଛନ୍ତି । ସେ କଂଗ୍ରେସ ଦଳ ଛାଡିବା ଦ୍ବାରା ଦଳରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ତାରା ବାହିନୀ ପତି କହିଛନ୍ତି । ସେ ଲୋକ ପ୍ରିୟ ନଥିଲେକି ଟାଣୁଆ ନେତା ନଥିଲେ ଲୋକ ପ୍ରିୟ ଥିଲେ ୨ ଥର ହାରିଲେ କିପରି ବୋଲି ପ୍ରଶ୍ନ କରିଛନ୍ତି।ରାଜ୍ୟ କଂଗ୍ରେସର କାର୍ୟ୍ୟକାରୀ ସଭାପତି ହୋଇ ଗୋଟାଏ ବିଧାୟକଙ୍କୁ ଜିତାଇ ପାରିଲେ ନାହିଁ । କଂଗ୍ରେସରେ ଥାଇ କଂଗ୍ରେସ ଦଳକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିଲେ । ସେ ଦଳ ଛାଡିବାପରେ କଂଗ୍ରେସ ଅଧିକ ସୁଦୃଢ଼ ହେବ ବୋଲି କହିଛନ୍ତି ତାରା ।

Share

Leave a Reply

Your email address will not be published. Required fields are marked *

12 + 20 =