ସ୍ବାଭିମାନ ଅଂଚଳରେ ଥାନା ଅଧିକାରୀ ସୃଷ୍ଟି କଲେ ଉଦାହାରଣ

ଭୁବନେଶ୍ବର () ରାଜ୍ୟ ସରକାର 5-ଟି ମନ୍ତ୍ର ଜରିଆରେ ପରିବର୍ତ୍ତନର ପ୍ରକ୍ରିୟା ଆରମ୍ଭ କରିଥିଲା ବେଳେ ସୁଦୁର ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ଲୋକଙ୍କୁ ସହଯୋଗର ହାତ ବଢାଇଛନ୍ତି । ସ୍ବାଭିମାନ ଅଂଚଳରେ ରାସ୍ତା ନିର୍ମାଣରେ ନିଜେ ଶ୍ରମ ଦେଲେ ପେପରମେଟଲା ଥାନା ଅଧିକାରୀ । ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

ପେପମେଟଲା ଥାନା ଅଧିକାରୀ ଲକ୍ଷ୍ମୀନାରାୟଣ ମୁଦୁଲି ଲୋକଙ୍କ ପାଇଁ କାମ କରିବା ଏବଂ ସମାଜ ପାଇଁ ବଂଚିବାର ନୂଆ ଉଦାହାରଣ ସୃଷ୍ଟି କରିଛନ୍ତି । ସ୍ବାଭିମାନ ଅଂଚଳରେ ଏକାଧିକ ଗାଁକୁ ଯୋଗାଯୋଗ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ନିଜେ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡିଛନ୍ତି । ପେପରମେଟଲା ଓ ଜନ୍ତାପାଇ ଗାଁକୁ ସଂଯୋଗ କରୁଥିବା ଏକ ଲୁହା ବ୍ରିଜକୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣ କାର୍ଯ୍ୟ ନିଜେ ଲକ୍ଷ୍ମୀନାରାଣ ହାତ ବଢାଇଥିଲେ । ଗ୍ରାମବାସୀଙ୍କୁ ରାଜି କରାଇ ନିଜେ ଥାନା ଅଧିକାରୀ ବ୍ରିଜର ଆପ୍ରୋଚ ରୋଡକୁ ନିର୍ମାଣ କରିଛନ୍ତି । ଏହି କାମ ପାଇଁ ସେ ନିଜ ପକେଟରୁ ଅର୍ଥ ଖର୍ଚ୍ଚ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

20 − fourteen =