ଆଜି ପୁଣି ବଢିଲା ତୈଳଦର

ନୂଆଦିଲ୍ଲୀ()  ଭାରତୀୟ ବଜାରରେ ଆଜି ପୁଣି ବଢିଲା ତୈଳଦର। ଲଗାତର ୨୦ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବଢିଛି। ଡିଜେଲ ୧୭ ଓ ପେଟ୍ରୋଲ ଲିଟର ପିଛା ୨୧ପଇସା ବୃଦ୍ଧି । ଫଳରେ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର ୮୦ ଟଙ୍କା ପାର୍‌ କରିଛି।

ଗତ ୭ ତାରିଖରୁ ୨୫ ତାରିଖ ମଧ୍ୟରେ ଏହି ଦର ବଢିଛି। ଏହା ଭିତରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୯ ଟଙ୍କା ଓ ଡିଜେଲ ଲିଟର ଉପରେ ୧୧ ଟଙ୍କା ବଢିଛି। ସେପଟେ ତୈଳ ଦର ବୃଦ୍ଧି ଫଳରେ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ପବ୍ଲିକ ଟ୍ରାନ୍‌ସପୋର୍ଟ ସହ ଦରଦାମ ବୃଦ୍ଧି ଆଶଙ୍କା ଦେଖାଦେଇଛି ।

ସୂଚନା ଥାଉକି, ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଭାରୀ ଏକ୍ସାଇଜ୍‌ ଡ୍ୟୁଟି ବଢାଇଦେଇଥିବାରୁ ତୈଳ ଦର ଲାଗାତାର ବଢି ଚାଲିଛି। କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୧୦ ଟଙ୍କା ଓ ଡିଜେଲ ଉପରେ ୧୩ ଟଙ୍କା ଏକ୍ସସାଇଜ ଡ୍ୟୁଟି ଲଗାଇଛନ୍ତି । ଯାହାଫଳରେ ୮୦ଟଙ୍କା ପାର୍‌ କରିଛି ଡିଜେଲ ଦର। ଯାହା ଭାରତ ଇତିହାସରେ ପ୍ରଥମ ।

Share

Leave a Reply

Your email address will not be published. Required fields are marked *

three × 2 =