ପାରାଦୀପ ବନ୍ଦର ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ

ପାରାଦୀପ: ଓଡ଼ିଶା ଗସ୍ତରେ ଆସି ପାରଦୀପରେ ପହଞ୍ଚିଛନ୍ତି କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ । ଆଜି ଦୁଇ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ଵରରୁ ହେଲିକପ୍ଟର ଯୋଗେ ଷଣ୍ଢକୁଦ ହେଲିପ୍ୟାଡରେ ପହଞ୍ଚିଥିଲେ । ଏହାପରେ ପାରାଦୀପ ବନ୍ଦରକୁ ଯାଇଥିଲେ । ସେଠାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର ।

ଦୁଇ କେନ୍ଦ୍ରମନ୍ତ୍ରୀ ପାରାଦୀପ ବନ୍ଦରର ଯାନ୍ତ୍ରିକ ବର୍ଥରେ ଆମଦାନୀ ଓ ରପ୍ତାନୀ କାର୍ଯ୍ୟ ବୁଲି ଦେଖିଛନ୍ତି । ପାରାଦୀପ ବନ୍ଦର ବାର୍ଷିକ ୨୫ ମିଲିୟନ ମେଟ୍ରିକ୍ ଟନ୍ କୋଇଲା କାର୍ଗୋ ପରିବହନ କରିଥାଏ । ଯାହା ଭାରତର ସବୁଠୁ ଅଧିକ କୋଇଲା ପରିବହନ କରୁଥିବା ବନ୍ଦର ଭାବେ ପରିଚିତ । ବନ୍ଦରର ଦୁଇଟି ଯାନ୍ତ୍ରିକ ବର୍ଥରେ ଏହି କୋଇଲା ଲୋଡିଂ ଓ ଅନଲୋଡିଂ କରାଯାଉଛି ।

ଏହାବ୍ୟତୀତ ବାର୍ଷିକ ୩୦ ମିଲିୟନ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏକ ନୂତନ ବର୍ଥର ନିର୍ମାଣ ମଧ୍ୟ ଚାଲିଛି । ଉଭୟ କେନ୍ଦ୍ରମନ୍ତ୍ରୀ ବନ୍ଦରର ଏକ ସ୍ୱତନ୍ତ୍ର ବୋଟରେ ଏସବୁ ପରିଦର୍ଶନ କରିବା ପରେ ବନ୍ଦର ଅଧ୍ୟକ୍ଷଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

Share

Leave a Reply

Your email address will not be published. Required fields are marked *

ten + 7 =