ବୋହୂକୁ ନିର୍ମମ ଭାବେ ହତ୍ୟା କଲା ଶାଶୁ

ଯାଜପୁର: ବୋହୂର ଜୀବନ ନେଲା ଶାଶୁ । ପାରିବାରିକ କଳହର କରୁଣ ପରିଣତି । ବୋହୁକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କଲା ଶାଶୁ । ଯାଜପୁର ଜିଲ୍ଲା ଧର୍ମଶାଳା ଶ୍ରୀରାମପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶାନ୍ତିଲତା ପରିଡ଼ାଙ୍କୁ ତାଙ୍କୁ ଶାଶୁ ମାରି ଦେଇଥିବା ଅଭିଯୋଗ ହୋଇଛି । ବାପଘର ଲୋକଙ୍କ ଅଭିଯୋଗ ପରେ ପୋଲିସ ଶାଶୁଙ୍କୁ ଅଟକ ରଖି ପଚରାଉଚରା କରୁଛି । ଶନିବାର ଶାଶୂ ଓ ବୋହୂଙ୍କ ମଧ୍ୟରେ କଳହ ଏତେ ବଢ଼ି ଯାଇଥିଲା ଯେ ଶାଶୂ ଉତ୍ତ୍ୟକ୍ତ ହୋଇ ବୋହୂ ଶାନ୍ତିଲତାଙ୍କୁ ପଥରରେ ଛେଚି ଦେଇଥିଲେ । ଘଟଣାସ୍ଥଳରେ ବୋହୂ ଶାନ୍ତିଲତାଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡିକାଲ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇ ଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ବୋହୂ ଶାନ୍ତିଲତାଙ୍କ ବାପ ଘର ପକ୍ଷରୁ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏହି ଘଟଣାରେ ବଡ଼ଚଣା ପୋଲିସ ଘଟଣାସ୍ଥଳରେ ପହଁଚିବା ସହ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Share

Leave a Reply

Your email address will not be published. Required fields are marked *

19 − seven =