ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳୀ ଭେଟି

ବଢ଼ିଲା ସର୍ବନିମ୍ନ ମଜୁରୀ

ଭୁବନେଶ୍ୱର (): ରାଜ୍ୟର ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଦୀପାବଳି ବୋନାଞ୍ଜା । ବିଭିନ୍ନ ଶ୍ରେଣୀର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୪୦ ପ୍ରତିଶତରୁ ୬୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତିନି ବର୍ଷ ପରେ ଶ୍ରମିକଙ୍କ ମଜୁରୀ ହାରରେ ସଂଶୋଧନ ହୋଇଥିବାବେଳେ ଏ ନେଇ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କ୍ରମାଗତ ଭାବେ ବଜାର ଦର ବୃଦ୍ଧିକୁ ଦୃଷ୍ଟିକୁ ରଖି ମଜୁରୀ ହାର ସଂଶୋଧନ କରାଯାଇଛି ।
ସର୍ବନିମ୍ନ ମଜରୁୀ ସଂଶୋଧନ ପରେ ଅଣକୁଶଳୀ, ଅର୍ଦ୍ଧ କୁଶଳୀ ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି । ଅଣକୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ମଜୁରୀ ୨୦୦ଟଙ୍କାରୁ ୨୮୦କୁ ବୃଦ୍ଧି କରାଯାଇଛି । ଅଣକୁଶଳୀ ଶ୍ରମିକଙ୍କ ମଜୁରୀକୁ ମୋଟ ୪୦ ପ୍ରତିଶତ ବୃଦ୍ଧି ପାଇଛି । ଅର୍ଦ୍ଧକୁଶଳୀ ଶ୍ରମିଙ୍କ ଦୈନିକ ମଜୁରୀ ୨୨୦ରୁ ୩୨୦ (୪୫ ପ୍ରତିଶତ)କୁ ବୃଦ୍ଧି କରାଯାଇଛି । ଏହାସହ କୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନମ୍ନ ମଜରୀ ୨୪୦ ଟଙ୍କାରୁ ୩୭୦ (୫୪ ପ୍ରତିଶତ) ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ଉଚ୍ଚ କୁଶଳୀ ଶ୍ରମିକ ମାନଙ୍କ ଦୈନିକ ସର୍ବନିମ୍ନ ମଜୁରୀ ୨୬୦ରୁ ୪୩୦ (୬୫ ପ୍ରତିଶତ)କୁ ବୃଦ୍ଧି କରାଯାଇଛି । ଏହାସହ ୧୫ଟି ନିୟୋଜନର ଠିକା କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କର ମଧ୍ୟ ମଜୁରୀ ବୃଦ୍ଧି କରାଯାଇଛି ।
ଦରବୃଦ୍ଧି, ଖାଉଟି ମୂଲ୍ୟସୂଚୀ ବଜାର ଦର ଏବଂ ପଡ଼େ଼ାଶୀ ରାଜ୍ୟମାନଙ୍କର ସର୍ବନିମ୍ନ ମଜରୁୀକୁ ଦୃଷ୍ଟିରେ ରଖି ସର୍ବନିମ୍ନ ମଜୁରୀର ସଂଶୋଧନ କରାଯାଇଛି । ଓଡ଼଼ିଶାକୁ ସମୃଦ୍ଧ ଭାବେ ଗତ଼ି ତୋଳିବାକୁ ଶ୍ରମିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ରାଜ୍ୟସରକାର ଶ୍ରମିକ, ପ୍ରବାସୀ ଶ୍ରମିକ, ମହିଳା ଶ୍ରମିକ, ଶିଳ୍ପ ସଂସ୍ଥା ଓ ଅନ୍ୟାନ୍ୟ ଶ୍ରମିକଙ୍କ ପାଇଁ ଆର୍ଥିକ ଓ ସାମାଜିକ ବିକାଶକୁ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।
Share

Leave a Reply

Your email address will not be published. Required fields are marked *

eighteen + 12 =