ଓକିଲ ଆନ୍ଦୋଳନ ସମ୍ପର୍କରେ ହାଇକୋର୍ଟ ନିର୍ଦ୍ଦେଶ

କଟକ–ଓକିଲ ପୋଲିସ ବିବାଦ ସମ୍ପର୍କରେ ଆସନ୍ତା ୯ତାରିଖ ସୁଦ୍ଧା ତଦନ୍ତ ଶେଷ କରିବାକୁ ଓଡିଶା ହାଇକୋର୍ଟ ଆଜି ଏକ ଗୁରୁତ୍ୱପୁର୍ଣୃୂ ରାୟ ଶୁଣାଇଛନ୍ତି । ଆସନ୍ତା ୫ତାରିଖରୁ ତଦନ୍ତ ଆରମ୍ଭ ହୋଇ ୯ତାରିଖରେ ଶେଷ ହେବ ବୋଲି ହାଇକୋର୍ଟ କହିଛନ୍ତି ।  ଜଷ୍ଟିସ ଚିତରଂଜନ ଦାସଙ୍କ ଦ୍ୱାରା ଏହି ତଦନ୍ତ କରାଯିବ ଏବଂ ପ୍ରତିଦିନ ତଦନ୍ତର ଅଗ୍ରଗତି ସମ୍ପର୍କରେ  ରିପୋର୍ଟ ଦିଆଯିବ । ୯ତାରିଖସୁଦ୍ଧା ତଦନ୍ତ ସରିବାପରେ ପରବର୍ତୀ ଶୁଣାଣି କରାଯିବ ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶନାମାରେ କହିଛନ୍ତି ।
ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ସତ୍ୱେ ଓକିଲ ଆନ୍ଦୋଳନ ଥମିବାର ନାଁ ଧରୁନାହିଁ । ଆସନ୍ତା ୧ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଯାରି ରହିବ ବୋଲି ହାଇକୋର୍ଟ ବାର ଆସୋସିଏସନ ସଭାପତି ଶ୍ରୀକାନ୍ତ କୁମାର ନାୟକ ଘୋଷଣା କରିଛନ୍ତି । ଆସନ୍ତା ୧ତାରିଖ ଦିନ ପୁନର୍ବାର ହାଇକୋର୍ଟ ବାର ଆସୋସିଏସନର ବୈଠକ ବସି ପରବର୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତି ନିଆଁଯିବ । ତେବେ ବିଜେଡି ଆଇନଜୀବି ସେଲର ଯେଉଁ ୪ଜଣ ଆଡଭୋକେଟ ଏହି ଆନ୍ଦୋଳନକୁ ଭଣ୍ଡୁରୁ କରିବାପାଇଁ ଉଦ୍ୟମ କରିଥିଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବାର ଆସୋସିଏସନର ସଭାପତି କହିଛନ୍ତି । ଆସନ୍ତା ୧ତାରିଖ ଦିନ ଏହି ବୈଠକ ବସିବ ସେଥିରେ ରାଜ୍ୟର ସବୁ ବାର ଆସୋସିଏସନର ସଭାପତିମାନେ ଯୋଗ ଦେବେ ବୋଲି ନିଷ୍ପତି ହୋଇଛି ।
Share

Leave a Reply

Your email address will not be published. Required fields are marked *

10 − 9 =