ଜୁଲାଇରେ ଶତାବ୍ଦୀର ସବୁଠାରୁ ଲମ୍ବା ଚନ୍ଦ୍ରଗ୍ରହଣ

ଭୁବନେଶ୍ବର (ନିପ୍ର): ଚଳିତ ବର୍ଷ ଜୁଲାଇ ୨୭ ତାରିଖରେ ଏଥର ଚନ୍ଦ୍ରଗ୍ରହଣ ପଡିବ । ଯାହାକି ଏକବିଂଶ ଶତାବ୍ଦୀର ସବୁଠାରୁ ଲମ୍ବା ଏବଂ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ । ଆଷାଢ ମାସ ପୂର୍ଣ୍ଣିମାରେ ଏହି ଚନ୍ଦ୍ରଗ୍ରହଣ ହେବ । ଏହି ଚନ୍ଦ୍ରଗ୍ରହଣ ୧ ଘଣ୍ଟା ୪୩ ମିନିଟ ପର୍ଯ୍ୟନ୍ତ ରହିବ ଏବଂ ଏହା ଭାରତ ସମେତ ଦକ୍ଷିଣ ଆମେରିକା, ଆଫ୍ରିକା, ପଶ୍ଚିମ ଏସିଆ, ଅଷ୍ଟ୍ରେଲିଆ ଏବଂ ୟୁରୋପରେ ମଧ୍ୟ ଦୃଶ୍ୟମାନ ହେବ । ଏହା ପୂର୍ବରୁ ଚଳିତବର୍ଷ ଜାନୁଆରୀ ମାସ ୩୧ ତାରିଖରେ ପ୍ରଥମ ଚନ୍ଦ୍ରଗ୍ରହଣ ହୋଇଥିଲା  । ତେବେ ଜୁଲାଇ ମାସରେ ହେବାକୁ ଥିବା ଚନ୍ଦ୍ରଗ୍ରହଣକୁ ନେଇ କୁହାଯାଉଛି ଯେ, ଏହା ବ୍ଲାଡମୁନ୍ ହେବ ।

ତେବେ ଏହି ବ୍ଲାଡମୁନ୍ କଣ ହୋଇଥାଏ ? ଚନ୍ଦ୍ର ଗୋଟିଏ ମାସରେ ଦୁଇ ଥର ସମ୍ପୂର୍ଣ୍ଣ ଭାବେ ନଜର ଆସିଥାଏ  । ତେବେ ଯେତେବେଳେ ଦ୍ବିତୀୟ ଥର ଚନ୍ଦ୍ର ଦେଖାଯାଇଥାଏ, ଏହାକୁ ବ୍ଲୁ ମୁନ୍ କୁହାଯାଏ । ଏବଂ ଚନ୍ଦ୍ରଗ୍ରହଣ ସମୟରେ ପୃଥିବୀର ଛାଇ କାରଣରୁ ପୃଥିବୀ ପୃଷ୍ଠରୁ ଚନ୍ଦ୍ର କଳା ଦେଖାଯାଇଥାଏ  । ଏହି ଚନ୍ଦ୍ରଗ୍ରହଣ ସମୟରେ କିଛି ସେକେଣ୍ଡ ପାଇଁ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ଲାଲ୍ ଦେଖାଯାଇଥାଏ  । ଏହାକୁ ବ୍ଲାଡମୁନ୍ କୁହାଯାଏ  ।

ଚନ୍ଦ୍ରଗ୍ରହଣ ସମୟରେ ପୃଥିବୀ, ସୂର୍ଯ୍ୟ ଏବଂ ଚନ୍ଦ୍ରର ମଝିରେ ଆସିଥାଏ ଏବଂ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ । ତେବେ ଚନ୍ଦ୍ରଗ୍ରହଣ ସେତେବେଳେ ହୋଇଥାଏ ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ମଝିରେ ପୃଥିବୀ ଏମିତି ଭାବରେ ଆସିଥାଏ, ଯେଉଁଥିରେ ପୃଥିବୀର ଛାଇରେ ଚନ୍ଦ୍ରର ପୁରା କିମ୍ବା ଅଧା ଅଂଶ ଘୋଡେଇ ହୋଇଯାଇଥାଏ  । ଏଭଳି ସ୍ଥିତିରେ ପୃଥିବୀ ସୂର୍ଯ୍ୟଙ୍କ ଠାରୁ ଆସୁଥିବା କିରଣକୁ ଚନ୍ଦ୍ର ଉପରେ ପଡିବାରେ ରୋକ ଲଗାଇଥାଏ । ଏହାପରେ ପୃଥିବୀର ସେହି ଅଂଶ ଗୁଡିକରେ ଚନ୍ଦ୍ରଗ୍ରହଣ ନଜର ଆସିଥାଏ ।

Share

Leave a Reply

Your email address will not be published. Required fields are marked *

four × five =