ମା ସହ ୨ ଶିଶୁ ଜୀବନ୍ତ ଦଗ୍ଧ

କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଅଗ୍ନି ଦୁର୍ଘଟଣାରେ ଗୋଟିଏ ସଂସାର ଜଳିପୋଡି ଛାରଖାର ହୋଇଯାଇଛି । ମା’ ସହ ଦୁଇ ନିଷ୍ପାପ ଶିଶୁ ଜୀବନ୍ତ ଦଗ୍ଧ ହୋଇଥିବା ସମ୍ପର୍କରେ ଏକ କରୁଣ ସମ୍ବାଦ ବିଭିନ୍ନ ଅଂଚଳରେ ଶୋକର ଛାୟା ଖେଳାଇଦେଇଛି । ମୃତ୍ୟୁବରଣ କରିଥିବା ମହିଳାଙ୍କ ନାମ ୨୬ବର୍ଷିଆ ଝୁଲିମା ପ୍ରଧାନ ଓ ତାଙ୍କ ୩ବର୍ଷର ବଡ଼ ଝିଅ ସୋନାଲି ପ୍ରଧାନ ଓ ୯ମାସର ସାନ ଝିଅ ରୁପାଲି ବୋଲି ଜଣାପଡ଼ିଛି । ଅଗିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।
ଘଟଣାରୁ ପ୍ରକାଶ ଯେ ସକାଳ ୮ଟାରେ ଝୁଲିମାଙ୍କ ଶାଶୁ କବାଟ ଖୋଲି ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ପାଇଥିଲେ । ଏହି ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ଲକ୍ଷ୍ମଣ ସେଠି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହିତ ମୃତ ଝୁଲିମାଙ୍କ ସ୍ୱାମୀ ବିମଳ ପ୍ରଧାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ଏଭଳି ଘଟଣା କେମିତି ଘଟିଲା ତାହା ରିପୋର୍ଟ ଲେଖାହେଲା ପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା। ପୁଲିସ ତଦନ୍ତ ରିପୋର୍ଟ ଆସିଲା ପରେ ପରେ ପ୍ରକୃତ ସତ କ’ଣ ତାହା ସାମ୍ନାକୁ ଆସିବ ।

Share

Leave a Reply

Your email address will not be published. Required fields are marked *

one + seventeen =