ଫନିରେ ୫୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷୟକ୍ଷତି

ବାତ୍ୟା ଫନିର ପରବର୍ତ୍ତୀ କ୍ଷୟକ୍ଷତିର ସମୀକ୍ଷା କରିଛି ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ପ୍ରଳୟଙ୍କାରୀ ବାତ୍ୟାରେ ୨୦ ଲକ୍ଷରୁ ଅଧିକ ଗଛ ନଷ୍ଟ ହୋଇଛି । ୫୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ଏହାକୁ ଭରଣା କରିବା ଲାଗି ଆହୁରି ପାଖାପାଖି ୨୦ ବର୍ଷ ଲାଗିବ । ଫୋନିରେ ଅପୂରଣୀୟ କ୍ଷତି ହୋଇଛି । ବାଲୁଖଣ୍ଡ ଅଭୟାରଣ୍ୟ ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ଅନେକ ସମୟ ଲାଗିଯିବ । କ୍ଷୟକ୍ଷତିକୁ ଭରଣା କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ।

ଆଉ ଗୋଟିଏ ଗୁରୁତ୍ୱପୁର୍ଣ୍ଣ ଦିଗ ହେଲା ଯେଉଁ ଗଛ ଗୁଡ଼ିକ କମ କ୍ଷତିଗ୍ରସ୍ତ ହୋଇଛି, ତାହାର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ସରକାର ସମସ୍ତ ପ୍ରକାର ଚେଷ୍ଟା ଚଳାଇଛନ୍ତି । ଅଧା ଉପୁଡ଼ିଥିବା ଗଛ ଗୁଡ଼ିକୁ କିପରି ସିଧା କରାଯିବ, ତା’ମୂଳରେ ମାଟି ଦିଆଯିବ ଏହାସହ ବର୍ଷା ଆସିବା ପର୍ୟ୍ୟନ୍ତ ପାଣି ଦେବାର ବ୍ୟବସ୍ଥା କରାଯିବ । ଫୋନି ନେଇ ଜଙ୍ଗଲ ବିଭାଗର ସମୀକ୍ଷା ପରେ ଏହା କହିଛନ୍ତି ବିଭାଗୀୟ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ସେ କହିଛନ୍ତି, ଏହାକୁ ଶୀଘ୍ର ଠିକ କରିବାକୁ ଉଦ୍ୟମ ହେବ ।

Share

Leave a Reply

Your email address will not be published. Required fields are marked *

six − two =