ରମଜାନ ପାଇଁ ନିର୍ବାଚନ ସ୍ଥଗିତ ସମ୍ଭବ ନୁହଁ :ନିର୍ବାଚନ ଆୟୋଗ

ଭୁବନେଶ୍ବର()  ରମଜାନ ପାଇଁ ଭୋଟଦାନ ସମୟରେ ହେବନି ପରିବର୍ତ୍ତନ । ରମଜାନ ଓ ଗରମକୁ ଦେଖି ଶେଷ ପର୍ୟ୍ୟାୟ ମତଦାନର ସମୟକୁ ପରିବର୍ତ୍ତନ କରିବାକୁ ଦାବି କରିଥିଲେ । ତେବେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗକୁ ଏହି ମାମଲାର ବିଚାର କରିବାକୁ କହିଥିଲେ । କିନ୍ତୁ ନିର୍ବାଚନ ଆୟୋଗ ଏହାକୁ ମନା କରିଦେଇଥିଲେ ।

ଲୋକସଭା ନିର୍ବାଚନ କାର୍ୟ୍ୟକ୍ରମକୁ ନେଇ ଉତ୍ପନ୍ନ ହୋଇଥିବା ବିବାଦ ଉପରେ ନିର୍ବାଚନ ଆୟୋଗ କହିଥିଲା କି, “ରମଜାନର ପୁରା ମାସ ପାଇଁ ନିର୍ବାଚନ ସ୍ଥଗିତ କରିବା ସମ୍ଭବ ନୁହଁ । ମୁଖ୍ୟ ପର୍ବ ଦିନ ଓ ଶୁକ୍ରବାରକୁ ନିର୍ବାଚନ ମୁକ୍ତ ରଖାଯାଇଛି ।” ୭ଟି ପର୍ୟ୍ୟାୟ ଲୋକସଭା ନିର୍ବାଚନ ୧୧ ଏପ୍ରିଲରୁ ୧୯ ମେ’ ପର୍ୟ୍ୟନ୍ତ ହେବ ।ସୁପ୍ରିମକୋର୍ଟ କହିଛନ୍ତି କି, ସମୟ ନିର୍ଦ୍ଧାରଣ କରିବା ନିର୍ବାଚନ ଆୟୋଗର ଅଧିକାର । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ସମୟ ପର୍ୟ୍ୟାପ୍ତ ।

Share

Leave a Reply

Your email address will not be published. Required fields are marked *

5 − 4 =