୩ ଲକ୍ଷ ହେକ୍ଟର ଜମିରେ ଉଜୁଡିଗଲା ଫସଲ

ମୁଖ୍ୟମନ୍ତ୍ରୀ କରିବେ ଏରିଅଲ ସର୍ଭେ

ଉଜୁଡା ଫସଲ ସହ ଚାଷୀଙ୍କ ଫଟୋଗ୍ରାଫି

ଭୁବନେଶ୍ୱର (): ବାତ୍ୟା ଓଡ଼ିଶା ଛୁଇଁନାହିଁ । ହେଲେ ଏହାର ପ୍ରଭାବ ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ତାଣ୍ଡବ ରଚାଇଛି । ବ୍ୟାପକ ପରିମାଣରେ କ୍ଷୟକ୍ଷତି ବି ହୋଇଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ପରେ ହେଲିକପ୍ଟର ଯୋଗେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ । ଏରିଅଲ୍ ସର୍ଭେ ପରେ ଲୋକସେବା ଭବନରେ ବାତ୍ୟା କ୍ଷୟକ୍ଷତି ଓ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ ବାବଦରେ ଅଫିସରମାନଙ୍କ ସହ ଆଲୋଚନା କରିବେ । ବାତ୍ୟା କ୍ଷତିଗ୍ରସ୍ତ ଚାଷୀ ଓ ଲୋକଙ୍କ ପାଇଁ ପ୍ୟାକେଜ ମଧ୍ୟ ଘୋଷଣା କରିପାରନ୍ତି ।

ସେପଟେ ଆଜି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସମୀକ୍ଷା କରିଛନ୍ତି । ରାଜ୍ୟ ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା ସଦ୍ୟତନ ସ୍ଥିତି ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ବାସ୍ତବ ସ୍ଥିତି ବିଷୟରେ ସୂଚନା ଦେଇଥିଲେ ।

ସମୀକ୍ଷାରୁ ଜଣାପଡିଥିଲା ଯେ, ବାତ୍ୟାରେ ମୁଖ୍ୟତଃ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଓ ମୟୁରଭଞ୍ଜ ଆଦି ୬ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଓଡ୍ରାଫ, ଏନ୍ଡିଆରଏଫ୍ ଏବଂ ଅଗ୍ନିଶ୍ରମ ସଂସ୍ଥା ଟିମ୍ମାନଙ୍କ ଦ୍ୱାରା ପ୍ରଭାବିତ ପ୍ରାୟ ୪୬ଟି ବ୍ଲକ୍ ଏବଂ ୧୨ଟି ସହରା ଳରେ ରାସ୍ତାଘାଟ ସଫାକରାଯାଇ ଗମନାଗମନ ବ୍ୟବସ୍ଥା ପୁନଃ ସ୍ଥାପନ କରାଯାଇଛି । ବାତ୍ୟାରେ ବିଶେଷ ପ୍ରଭାବିତ ହେବାକୁଥିବା ତଳିଆ ଅଞ୍ଚଳରୁ ୮,୬୬୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ୯୧ଟି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ଆବଶ୍ୟକୀୟ ଖାଦ୍ୟ ଓ ଆନୁସଂଗିକ ସୁବିଧା ଦିଆଯାଇଥିଲା । ସ୍ଥିତି ସୁଧୁରିବା ପରେ ସେମାନେ ସମସ୍ତେ ନିଜ ନିଜ ଘରକୁ ଫେରିଯାଇଛନ୍ତି । ପାନୀୟ ଜଳ ଯୋଗାଣ ଅବ୍ୟାହତ ରଖିବା ପାଇଁ ଆଗୁଆ ପଦକ୍ଷେପ ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ଏ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହୋଇନାହିଁ । ପଞ୍ଚୟତିରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ ସିଂ ଜଣାଇଥିଲେ ଯେ ବତ୍ୟା ଆସିବା ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ମାନଙ୍କରେ ଓଭରହେଡ ଟାଙ୍କିଗୁଡିକୁ ପୂରଣ କରି ରଖାଯାଇଥିଲା । ବିଭିନ୍ନ ସ୍ଥାନରେ ଆଗୁଆ ଜେନେରେଟର ମଧ୍ୟ ରଖାଯାଇଥିଲା । ବାତ୍ୟା ଯୋଗୁ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହେବା ପରେ ପରେ ଜେନେରେଟର ସାହାଯ୍ୟରେ ସବୁ ଜଳଯୋଗାଣ ପ୍ରକଳ୍ପରେ ପାନୀୟ ଜଳଯୋଗାଣ ଜାରି ରଖାଯାଇଛି ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ପ୍ରଭାବିତ ଏହି ୬ଟି ଜିଲ୍ଲାରେ ପ୍ରାୟ ୧୬ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କର ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଦ୍ରୁତ ଗତିରେ କାମ ହେତୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୫ ଲକ୍ଷ ଉପଭୋକ୍ତାଙ୍କର ବିଦ୍ୟୁତ ଯୋଗାଣ ପୁନଃସ୍ଥାପନ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନା କହିଥିଲେ । ଅବଶିଷ୍ଟ ଉପଭୋକ୍ତାମାନଙ୍କୁ ମଙ୍ଗଳବାର ସଂଧ୍ୟାସୁଦ୍ଧା ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ମୁଖ୍ୟ ଶାସନ ସଚିବ ନେସ୍କୋର ଇଞ୍ଜିନିୟର ଓ କ୍ଷେତ୍ରସ୍ତରୀୟ କର୍ମ·ରୀ ମାନଙ୍କୁ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ । ପ୍ରଭାବିତ ଅଂଚଳମାନଙ୍କୁ ଅଧିକ ଗ୍ୟାଙ୍ଗ ପଠାଯାଇଛି ବୋଲି ଶକ୍ତି ବିଭାଗ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ । ସେହି ଗ୍ୟାଙ୍ଗମାନଙ୍କୁ ସଠିକ ଭାବରେ କାର୍ଯ୍ୟରେ ଲଗାଇ ତୁରନ୍ତ କାମ ପୂର୍ଣ୍ଣାାଙ୍ଗ କରିବାକୁ ଶ୍ରୀ ସେଠୀ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାସ୍ତରୀୟ ପ୍ରାଥମିକ ଆକଳନରୁ ଜଣାପଡିଛି ଯେ ସାମ୍ପ୍ରତିକ ବାତ୍ୟା ବୁଲବୁଲ୍ ଦ୍ୱାରା ୬ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୁରଭଞ୍ଜ କ୍ଷତିଗ୍ରସ୍ତ ହୋଇଛି । ପ୍ରାଥମିକ ଆକଳନ ଅନୁଯାୟୀ ୩ ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ତନ୍ମଧ୍ୟରୁ ପ୍ରାୟ ୨ ଲକ୍ଷ ହେକ୍ଟର ଜମିରେ ଶତକଡା ୩୩ ଭାଗରୁ ଅଧିକ ଫସଲ ନଷ୍ଟ ହୋଇଛି । ଫସଲ ନଷ୍ଟର ସଠିକ ଆକଳନ ଆସନ୍ତା ୫ ଦିନ ମଧ୍ୟରେ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଜିଲ୍ଲା କୃଷି ଏବଂ ରାଜସ୍ୱ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆକଳନକୁ ସଂପୂଣ୍ଣ ର୍ ଭାବରେ ସଠିକ୍ ଓ ସ୍ୱଚ୍ଛ କରିବା ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ଫସଲ ନଷ୍ଟ ହୋଇଥିବା ଜମିସହ ସଂପୃକ୍ତ ·ଷୀଙ୍କର ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫ୍ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନା କହିଥିଲେ ଯେ ପ୍ରାଥମିକ ଆକଳନ ଅନୁସାରେ ବିଭିନ୍ନ ଜିଲ୍ଲାରେ ପ୍ରାୟ ୫୫୦୦ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବାର ସୂଚନା ମିଳିଛି । ଏଗୁଡିକର ସଠିକ୍ ଓ ପ୍ରାମାଣ ଭିତ୍ତିକ ତନଖିକରି ରିପୋର୍ଟ ଦେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମତ୍ସ୍ୟ ଓ ପଶୁସଂପଦ ବିକାଶ ଶାସନ ସଚିବ ଆର୍.ରଘୁପ୍ରସାଦ ଜଣାଇଥିଲେ ଯେ ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ପ୍ରଭାବିତ ଅଞ୍ଚଳମାନଙ୍କରେ ପ୍ରାୟ ୬୫ଟି ପଶୁସମ୍ପଦ ନଷ୍ଟ ହୋଇଛି । ଏମାନଙ୍କ ମଧ୍ୟରେ ୧୧ଟି ଗାଇ, ଗୋରୁ ଓ ମଇଁଷି ଆଦି ବଡ ପଶୁ, ୪ଟି ଛେଳି, ମେଣ୍ଡା ଆଦି ସାନ ପଶୁ ଏବଂ ୫୦ଟି କୁକୁଡା ଜାତୀୟ ଜୀବ । ଭଦ୍ରଖ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଆଦି ଜିଲ୍ଲାରେ ପବନମାଡ ଯୋଗୁଁ କିଛି ମାଛଧରା ଡଙ୍ଗା କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡିଛି । ଏସବୁର ସଠିକ୍ ଆକଳନ ତୁରନ୍ତ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ବୈଠକପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନା କହିଥିଲେ ଯେ ଗଣମାଧ୍ୟମର ମିଳିଥିବା ୩ ଜଣଙ୍କର ମୃତ୍ୟୁ ସମ୍ବନ୍ଧୀୟ ସୂଚନାର ତନଖି କରାଯାଇଛି । ଏ ତିନୋଟି ଯାକ କେନ୍ଦ୍ରାପଡା ଜିଲ୍ଲାରୁ ପ୍ରକାଶିତ ହୋଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ବାତ୍ୟାଯୋଗୁ ନୁହେଁ ବୋଲି ତଦନ୍ତରୁ ଜଣାପଡିଛି । ଅନ୍ୟ ଜଣେ ମୃତ ବ୍ୟକ୍ତି ପ୍ରାୟ ୭୨ ବର୍ଷ ବୟସର ବୃଦ୍ଧ । ସେ ଶୋଇଥିଲାବେଳେ ତାଙ୍କର ମୃତ୍ୟୁ ହୋଇଥିବା ଖବର ପାଇଁ ତତ୍କ୍ଷଣାତ୍ ତହସିଲଦାର ଏବଂ ଆର୍.ଆଇ ସେ ସ୍ଥାନରେ ପହଞ୍ôଚଥିଲେ । ମୃତକଙ୍କ ଶରୀରରେ କୌଣସି ବାହ୍ୟ କ୍ଷତ ଚିହ୍ନ ନଥିଲା କିମ୍ବା ସେ ଶୋଇଥିବା ଘରର କାନ୍ଥ ପଡି ଯାଇନଥିଲା । ତହସିଲଦାରଙ୍କ ବାରମ୍ବାର ଅନୁରୋଧ ସତ୍ତେ୍ୱ ମୃତକଙ୍କ ନିକଟ ସଂପର୍କୀୟମାନେ ପୋଷ୍ଟମର୍ଟମ୍ କରିବାକୁ ନଦେଇ ଶବ ସଂସ୍କାର କରିଦେଇଥିଲେ । ଏହି ମୃତ୍ୟୁର ବିଭିନ୍ନ ଦିଗ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ କେନ୍ଦ୍ରାପଡାର ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

3 + 8 =