ଆରମ୍ଭ ହେଲା ଅନଲକ୍ : ଖୋଲିବ ସବୁ ଦୋକାନ, ବନ୍ଦ ରହିବ ମଲ୍‌, ସ୍ପା, ବିଉଟି ପାର୍ଲର

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍ ପ୍ରକ୍ରିୟା । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସମଗ୍ର ରାଜ୍ୟର ସଂକ୍ରମଣ ହାରକୁ ୨ଟି ଭାଗରେ ବିଭକ୍ତ କରି ରାଜ୍ୟ ସରକାର ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହଥିବା ୨୦ଟି ଜିଲ୍ଲାକୁ କ୍ୟାଟେଗୋରୀ ‘ଏ’ରେ ରଖାଯାଇଥିବା ବେଳେ ଉପକୂଳର ୧୦ଟି ଜିଲ୍ଲାରେ ସଂକ୍ରମଣ ହାର ୫ରୁ ୧୦ ପ୍ରତିଶତ ଭିତରେ ରହିଥିବାରୁ ଏଗୁଡିକୁ କ୍ୟାଟେଗୋରୀ ‘ବି’ରେ ରଖାଯାଇଛି ।

କ୍ୟାଟେଗୋରୀ ଏରେ ଥିବା ସମସ୍ତ ୨୦ଟି ଜିଲ୍ଲାର ମଲ୍‌, ସ୍ପା, ପାର୍ଲର ଛାଡି ସମସ୍ତ ଦୋକାନ ସକାଳ ୬ରୁ ସଂଧ୍ୟା ୬ ଯାଏଁ ଖୋଲିବ । ଏହି ଜିଲ୍ଲା ଗୁଡିକରେ ବସ୍ ଚାଲିବ । ଟ୍ୟାକ୍ସି ଓ ଅଟୋରିକ୍ସା ଚାଲି ପାରିବ । ଆଉଟଡୋର ଓ ଇନଡୋର ସୁଟିଂ ଚାଲିବ । ସାପ୍ତାହିକ ହାଟ ଓ ଦୈନିକ ହାଟ ଖୋଲିବ । ସେଲୁନ ଖୋଲିବା ନେଇ ଅନୁମତି ମିଳିବ । କୋଭିଡ ନିୟମ ମାନି ସପ୍ତାହ ସାରା ସବୁ ଦୋକାନ ଖୋଲିବ ।

କ୍ୟାଟେଗୋରୀ ବିରେ ଆସୁଥିବା ସମସ୍ତ ୧୦ଟି ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ଯାଏଁ ସମସ୍ତ ଦୋକାନ ଖୋଲିବ । ମଲ୍‌,ସ୍ପା, ପାର୍ଲର ଛାଡି ସମସ୍ତ ଦୋକାନ ଖୋଲିବ । କୋଭିଡ କଟକଣା ମାନି ସମସ୍ତ ଦୋକାନ ଖୋଲି ପାରିବ । ଦୋକାନ ଭିତରେ ଓ ବାହାରେ କୋଭିଡ ଗାଇଡଲାଇନ ମାନି ରହିବା ପାଇଁ ଦୋକାନୀ ଉତରଦାୟୀ ରହିବେ । ଏହି ସବୁ ଜିଲ୍ଲାରେ ଦୈନିକ ମାର୍କେଟ, ସାପ୍ତାହିକ ହାଟ ବନ୍ଦ ରଖିବ । ସରପ୍ରାଇଜ୍ ଭିଜିଟ କରି ଏନେଇ ଅଧିକାରୀ ଯାଂଚ କରି ପାରିବେ । କୋଭିଡ ଗାଇଡ ଉଲ୍ଲଂଘନ ହେଲେ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ଏହି ଜିଲ୍ଲା ଗୁଡିକରେ ବସ ଓ ପବ୍ଳିକ ଟ୍ରାନ୍ସପୋର୍ଟ ବନ୍ଦ ରହିବ ।

ଜୀବନ ଜିବିକା ଉଭୟକୁ ନଜରରେ ରଖି ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏହାସହ ପୂର୍ବ ନିୟମଗୁଡିକରେ ବିଶେଷ କିଛି ପରିବର୍ତନ ହୋଇନାହିଁ । ସାରା ରାଜ୍ୟରେ ସ୍କୁଲ, କଲେଜ, କୋଚିଂ ସେଂଟର ବନ୍ଦ ରହିବ । ଦେବାଳୟ ଗୁଡିକ ମଧ୍ୟ ବନ୍ଦ ରହିବ ଓ କେବଳ ନୀତିକାନ୍ତି ଚାଲୁ ରହିବ । ତେବେ ନିହାତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

nine − seven =