ଜେଏସପିଏଲର ନୂତନ ଗ୍ରେଡ଼ ରେଳକୁ ଭାରତୀୟ ରେଳବାଇର ଅନୁମୋଦନ

ଭୁବନେଶ୍ୱର() ପ୍ରଥମ ଏବଂ ଏକମାତ୍ର ଭାରତୀୟ କମ୍ପାନୀ ଭାବରେ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲି (ଜେଏସପିଏଲ) ଉଚ୍ଚ ଗତି ଏବଂ ହାଇ-ଏକ୍ସଲ ଲୋଡ୍ ପ୍ରୟୋଗ ପାଇଁ ଉପଯୁକ୍ତ ୬୦ଇ ୧୧୧୭୫ ହିଟ୍ ଟ୍ରିଟେଡ୍ (ଏଚଟି) ରେଲ୍କୁ ସଫଳତାର ସହିତ ବିକଶିତ କରିଛି । ଭାରତୀୟ ରେଳବାଇର ଆକଳନ ଅନୁଯାୟୀ ଏହି ଉଚ୍ଚ-ଗ୍ରେଡ୍ ୬୦ଇ୧୧୧୭୫ ହିଟ୍ ଟ୍ରିଟେଡ୍ (ଏଚଟି) ରେଳର ବାର୍ଷିକ ଆବଶ୍ୟକତା ୧.୮ ଲକ୍ଷ ମେଟ୍ରିକ ଟନ । ଭାରତୀୟ ରେଳବାଇ ୨୫ ଏମଟି ଏକ୍ସଲଲୋଡ୍ ଏବଂ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗ ବହନ କରିବା ପାଇଁ ଭାରତୀୟ ରେଳବାଇ ତାର ଟ୍ରାକ୍ ସିଷ୍ଟମକୁ ନବୀକରଣ କରିବା କାର୍ଯ୍ୟ ଆରମ୍ଭ କରିଛି । ରିସର୍ଚ୍ଚ ଡିଜାଇନ ଏଣ୍ଡ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ (ଆରଡ଼ିଏସଓ)

ଜେଏସପିଏଲ ଦ୍ୱାରା ନୂତନ ଭାବରେ ବିକଶିତ ଏହି ୬୦ଇ୧୧୧୭୫ ହିଟ୍ ଟ୍ରିଟେଡ୍ (ଏଚଟି) ରେଳକୁ ଅନୁମୋଦନ ପ୍ରଦାନ କରିଛି । ୬୦ ଇ୧୧୧୭୫ ହିଟ୍ ଟ୍ରିଟେଡ୍ (ଏଚଟି) ରେଳଗୁଡିକ ୧୦୮୦ HH ରେଳ ଠାରୁ ଅଧିକ ଉନ୍ନତ ଗ୍ରେଡ୍ ଏବଂ ଭାରୀ ଭାର ଓ ହାଇ ସ୍ପିଡ୍ ପ୍ରୟୋଗ ପାଇଁ ଭାରତୀୟ ରେଳବାଇ ଦ୍ୱାରା ବ୍ୟବହୃତ ହେବ । ଆରଡ଼ିଏସଓ ଦ୍ୱାରା କରାଯାଇଥିବା ଯାଞ୍ଚ ଏବଂ ପରୀକ୍ଷଣ ଆଧାର ରେ ଜେଏସପିଏଲ ଦ୍ୱାରା ନିର୍ମାଣ କରାଯାଉଥିବା ୬୦ଇ୧୧୧୭୫ ଏଚଏଚ ରେଳକୁ ରେଳବାଇ ବୋର୍ଡ / ଆରଡ଼ିଏସଓ ପୂର୍ବରୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ରେଳଗୁଡିକ ମୁଖ୍ୟତ ମେଟ୍ରୋ ରେଳ କର୍ପୋରେସନ୍, ହାଇ ସ୍ପିଡ୍ କରିଡର ଏବଂ ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ ବ୍ୟବହୃତ ହେଉଛି । ଏହି ରେଳଗୁଡିକ ୟୁରୋପୀୟ ଆର୩୫୦ଏଚଟି ଗ୍ରେଡ୍ ସହିତ ସମକକ୍ଷ ହେବ ସହିତ ଅଧିକ କଠୋର ଗୁଣାତ୍ମକ ପରୀକ୍ଷା ଅନୁସରଣ କରିଥାଏ ।

ଜେଏସପିଏଲର ୮୮୦ ଗ୍ରେଡ୍ ରେଳଗୁଡିକୁ ରେଳବାଇ ବୋର୍ଡ / ଆରଡ଼ିଏସଓ ଦ୍ୱାରା ଭାରତୀୟ ରେଳବାଇକୁ “ନିୟମିତ ଯୋଗାଣକାରୀ” ଭାବରେ ଅନୁମୋଦନ କରାଯାଇଛି । ଏହି ୮୮୦ ଗ୍ରେଡ୍ ମୁଖ୍ୟ ଟ୍ରାକ୍ ରେଲ୍ ବ୍ୟତୀତ, ଜେଏସପିଏଲ ମଧ୍ୟ ଭାରତର ଅନେକ ମେଟ୍ରୋ ରେଲ୍ ପ୍ରୋଜେକ୍ଟକୁ ୧୦୮୦ ଗ୍ରେଡ୍ ହେଡ୍ ହାର୍ଡେନ୍ ରେଲ୍ ଯୋଗାଇବା ଆରମ୍ଭ କରିଛି, ଯେଉଁଥିରେ କୋଲକାତା ମେଟ୍ରୋ ରେଳ ପ୍ରକଳ୍ପ ଏବଂ ପୁଣେ ମେଟ୍ରୋ ନିର୍ମାଣ ପାଇଁ ରେଳ ବିକାଶ ନିଗମ ଲିମିଟେଡ୍ ଅନ୍ତର୍ଭୁକ୍ତ । ୱାଗନ୍ ପ୍ରତି ୭୫ ଟନ୍ ର ୱାଗନ୍ ୟୁନିଟ୍ ବହନ କରୁଥିବା ଭାରୀ ଭାର ପାଇଁ ଜେଏସପିଏଲ ସ୍ୱତନ୍ତ୍ର ରେଲ୍, ଅସୀମେଟ୍ରିକ୍ ରେଲ୍, ଆର୨୬୦, ଏବଂ ୧୧୭୫ଏଚଟି ଗ୍ରେଡ୍ ରେଲ୍ ବିକାଶ କରିଛି ।

“ଏହା ପୂର୍ବରୁ ଦେଶରେ ସମସ୍ତ ସ୍ୱତନ୍ତ୍ର ରେଳକୁ ଆମଦାନୀ କରାଯାଉଥିଲା, କିନ୍ତୁ ଭାରତୀୟ ରେଳ ଏବଂ ମେଟ୍ରୋ ରେଳ ନିଗମର ଆବଶ୍ୟକତା ପୂରଣ କରିବା ପାଇଁ ବିଭିନ୍ନ ସ୍ୱତନ୍ତ୍ର ରେଳ ନିର୍ମାଣ କରି ଭାରତକୁ ଆତ୍ମନିର୍ଭର କରିବାପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଏହି ରେଳଗୁଡିକ ଉତ୍ସର୍ଗୀକୃତ ମାଲ ପରିବହନ କରିଡର, ବୁଲେଟ୍ ଟ୍ରେନ୍ ସହିତ ଉଚ୍ଚ ଆକ୍ସେଲ୍ ଲୋଡ୍ ପ୍ରୟୋଗରେ ବ୍ୟବହାର କରାଯିବ” ବୋଲି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲି ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି ଆର ଶର୍ମା କହିଛନ୍ତି।

“ରେଳବାଇ ବୋର୍ଡ / ଆରଡିଏସଓ ଦ୍ୱାରା କରାଯାଇଥିବା ମୂଲ୍ୟାୟନ ଅନୁଯାୟୀ ଜେଏସପିଏଲ୍ ର ବାର୍ଷିକ ୬୦ଇ୧୧୧୭୫ ହିଟ୍ ଟ୍ରିଟେଡ୍ (ଏଚଟି) ରେଳ ଉତ୍ପାଦନ କ୍ଷମତା ୩.୨୪ ଲକ୍ଷ ଟନ, ଯାହା ଭାରତୀୟ ରେଳ, ମେଟ୍ରୋ ରେଳ ନିଗମ, ହାଇ ସ୍ପିଡ୍ କରିଡରର ପୂର୍ଣ୍ଣ ବାର୍ଷିକ ଚାହିଦା ପୂରଣ କରିବା ପାଇଁ ଯଥେଷ୍ଟ ଅଧିକ । ଜେଏସପିଏଲ୍
ବାଂଲାଦେଶ ଏବଂ ଶ୍ରୀଲଙ୍କା ପରି ପଡୋଶୀ ଦେଶ ସହିତ ଆଫ୍ରିକୀୟ ମହାଦେଶକୁ ଜେଏସପିଏଲ୍ ରେଳ ଯୋଗାଉଛି । ୟୁରୋପୀୟ ରେଳ ନିମନ୍ତେ ସ୍ୱତନ୍ତ୍ର ରେଳ ନିର୍ମାଣ ପାଇଁ ରେଲ ବ୍ଲୁମ ମଧ୍ୟ ଜେଏସପିଏଲ୍ ଫ୍ରାନ୍ସକୁ ଯୋଗାଉଛି । ଏହି ବିକାଶ ସହିତ ଜେଏସପିଏଲ ନିଜକୁ ବିଶ୍ୱ ସ୍ତରୀୟ ରେଳ ଉତ୍ପାଦନକାରୀ ଭାବରେ ସ୍ଥାନିତ କରିଛି ଯାହା ଏକ ଭାରତୀୟ କମ୍ପାନୀ ପାଇଁ ଏକ ବଡ଼ ସଫଳତା”ବୋଲି ଶ୍ରୀ ଶର୍ମା କହିଛନ୍ତି।

Share

Leave a Reply

Your email address will not be published. Required fields are marked *

15 + ten =