ବିଶ୍ଵ ମାତୃ ଦିବସ ଉପଲକ୍ଷେ ନବୀନଙ୍କ ବାର୍ତ୍ତା

ଭୁବନେଶ୍ବର: ଆଜି ହେଉଛି ବିଶ୍ଵ ମାତୃ ଦିବସ । ମା ତାର ନିଜ ପିଲାମାନଙ୍କୁ ବିନା ସର୍ତ୍ତରେ ଭଲ ପାଆନ୍ତି | ମାର ଏହି ବଳିଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରରେ ବିଶ୍ୱ ମାତୃ ଦିବସ ପାଳନ କରାଯାଏ | ଏଥି ସହିତ, ଚଳିତ ବର୍ଷ ଏହି ଦିନ ୯ ମଇ ରବିବାର ଦିନ ପଡୁଛି |ତେବେ କରୋନାର ଏହି କଠିନ ସମୟରେ କାରୋନା ଯୋଦ୍ଧା ଭାବେ ସମ୍ପୂର୍ଣ୍ଣ ରାଜ୍ୟବାସୀଙ୍କୁ ନିଜ ପରିବାର ଭାବି ଆଗକୁ ଆଗେଇ ଆସିଥିବା ଆଶାକର୍ମୀ, ଏନଏମ୍ କର୍ମୀ ଓ ମିଶନ ଶକ୍ତିର ମା ମାନଙ୍କୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମାତୃ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ।ରାଜ୍ୟରେ ମାତୃ ମୃତ୍ୟୁହାର ହ୍ରାସ ଓ ନିରାପଦ ମାତୃତ୍ୱର ପ୍ରସାର ପାଇଁ ତାଙ୍କ ସରକାର ପ୍ରତିବଦ୍ଧ ବୋଲି ନବୀନ ତାଙ୍କ ବାର୍ତ୍ତାରେ କହିଛନ୍ତି । ମହାମାରୀ ସମୟରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀଙ୍କ କାର୍ଯ୍ୟକୁ ପ୍ରଶଂସା କରି ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

eighteen + 17 =