ରାଜଧାନୀରେ ବାଲ୍ୟ ବିବାହ

ରାଜଧାନୀରେ ବାଲ୍ୟ ବିବାହ । ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଝିଅର ବାହାଘର । ବାହାଘର ସରିଥିଲା, ହେଲେ କନ୍ୟାର ବିବାହ ବୟସ ହୋଇନଥିବାରୁ କନ୍ୟାକୁ ମଣ୍ଡପରୁ ଉଦ୍ଧାର କରିଛି ପୋଲିସ । ଯାହା ଫଳରେ ଶିଶୁପାଳ ହୋଇ ଫେରିଛି ବର । ଏହା କୌଣସି ଗ୍ରାମାଞ୍ଚଳ ଦୃଶ୍ୟ ନୁହେଁ ଖୋଦ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏଭିଳି ଦୃଶ୍ୟ । ଗତକାଲି ଭୁବନେଶ୍ୱର ଡୁମଡୁମା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି । ଡୁମଡୁମାର ଗାର୍ଡେନ ମୁନ ମଣ୍ଡପରେ ଚାଲିଥିଲା ବାହାଘର । ନାବାଳିକାର ବିବାହ କରାଯାଉଥିବା ନେଇ ଚାଇଲ୍ଡ ଲାଇନରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଖଣ୍ଡଗିରି ପୋଲିସ ସହାୟତାରେ ନାବାଳିକାକୁ ଉଦ୍ଧାର କରାଯାଇଛି । ନାବାଳିକାକୁ ଉଦ୍ଧାର କରାଯାଇ ଚାଇଲ୍ଡ ଲାଇନରେ ରଖାଯାଇଛି । ନକଲି ଆଧାର କାର୍ଡରେ ଝିଅର ପରିବାର ଲୋକ ମିଥ୍ୟା ଜନ୍ମ ତାରିଖ ଦେଇଥିଲେ । ତେବେ ଏହି ଘଟଣାରେ ଖଣ୍ଡଗିରି ଥାନାରେ ଏକ ମାମଲା ରୁଜୁ କରିବ ଚାଇଲ୍ଡ ଲାଇନ୍ ।

Share

Leave a Reply

Your email address will not be published. Required fields are marked *

5 × one =