ଆଗକୁ ଲକ୍ଷ୍ୟ ରଖି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି

ଭୁବନେଶ୍ୱର() କରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଦିଆଯାଇଥିବା ସୂଚନା ଅନୁସାରେ ଏବେ ଦିନକୁ ପ୍ରାୟ ରାଜ୍ୟରେ ପ୍ରାୟ ୩୫୦୦ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏବେ ଦିନକୁ ୬୦ରୁ ୬୫ହଜାର ନମୁନା ପରୀକ୍ଷା କରାଯାଉଛି । କରୋନା ପାଇଁ କୌଣସି ପ୍ରକାର ଟିକା ଏପର୍ଯ୍ୟନ୍ତ ଆସିନାହିଁ । ତେଣୁ ଟିକା ଆସିବା ପର୍ଯ୍ୟନ୍ତ ଆମକୁ ଜଗିରଖି ଚଳିବାକୁ ପଡ଼ିବ । ଆଗକୁ ଲକ୍ଷ୍ୟ ରଖି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି । ଜୀବନ ସହ ଜୀବିକାର ସନ୍ତୁଳନ ଜରୁରୀ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ କଟକଣା କମିିଛି କିନ୍ତୁ କୋଭିଡ଼ ବିରୋଧରେ ସଙ୍ଘର୍ଷ ସରି ନାହିଁ ।

ବିଶେଷଜ୍ଞଙ୍କ ମତ ଅନୁସାରେ ମହାମାରୀ କରୋନା ମୁକାବିଲା କରିବା ପାଇଁ ଆମକୁ ୩ଟି ବିଷୟ ଉପରେ ଧ୍ୟାନ ଦେବାକୁ ହେବ । ପ୍ରଥମେ ସାମାଜିକ ଦୂରତା ତଥା ପରସ୍ପରଠାରୁ ଦୂରତ୍ୱ ବଜାୟ ରଖିବାକୁ ହେବ । ଦ୍ୱିତୀୟରେ ବାହାରକୁ ଗଲେ ନିଶ୍ଚିତ ରୂପେ ମାସ୍କ ବ୍ୟବହାର କରିବା । ତୃତୀୟରେ ପରସ୍ପରର ସ୍ୱାସ୍ଥ୍ୟ ସଚେତନତା ଉପରେ ଦୃଷ୍ଟି ଦେବା ।
ଅନ୍ୟପଟେ କଟକଣା କୋହଳ ପରେ କିଛି ଲୋକ ଢ଼ିଲାପଣ ଆପଣାଉଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ଅଚାନକ ଯାଞ୍ଚ କରାଯିବାକୁ ସ୍ଥିର ହୋଇଛି ।

Share

Leave a Reply

Your email address will not be published. Required fields are marked *

9 − 7 =