୭ଦିନ ପାଇଁ ସିଲ୍‌ ହେଲା ଭୁବନେଶ୍ୱର କୋର୍ଟ

ଭୁବନେଶ୍ୱର: ସିଲ ହେଲା ଭୁବନେଶ୍ୱର କୋର୍ଟ । ଭୁବନେଶ୍ୱର କୋର୍ଟରୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ୭ ଦିନ ପାଇଁ ସିଲ୍‌ ହେଲା କୋର୍ଟ । ଅପ୍ରେଲ ୨୯ ତାରିଖରୁ ମେ’ ୫ ତାରିଖ ପର୍ଯ୍ୟନ୍ତ ଜୁଡିସିଆଲ କମ୍ପ୍ଲେକ୍ସକୁ ସିଲ୍‌ କରିଦିଆଯାଇଛି । କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ତୁରନ୍ତ ବିଶୋଧନ କରିବା ପାଇଁ ବିଏମସି ଏହି ପଦକ୍ଷେପ ନେଇଛି । ଆଜିଠାରୁ ମେ’ ୫ ତାରିଖ ଯାଏଁ କୋର୍ଟ ପରିସରକୁ ବିଏମସି ପକ୍ଷରୁ ବନ୍ଦ ଘୋଷଣା କରାଯାଇଛି । ବିଏମସି ଅଧିକୃତ ଲୋକଙ୍କୁ ଛାଡିଦେଲେ ଅନ୍ୟ କେହି କୋର୍ଟ କମ୍ପେ୍ଲକ୍ସକୁ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି । ଯେଉଁମାନେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

eighteen − six =