ସନ୍ ହସ୍ପିଟାଲକୁ ସାମୟିକ ବନ୍ଦ ପାଇଁ ନିର୍ଦ୍ଦେଶ

କଟକ: ସନ୍ ହସ୍ପିଟାଲକୁ ସାମୟିକ ବନ୍ଦ ପାଇଁ ନିର୍ଦ୍ଦେଶ । ଅଗ୍ନି ନିରାପତ୍ତା ଆଇନ ଖିଲାପ କରିବା ସହ ବେଆଇନ ଭାବେ ଚାଲିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭବାନୀଶଙ୍କର ଚୟନି। ଗତ ୨ ତାରିଖରେ କଟକ ତୁଳସୀପୁର ବିଜୁ ପଟ୍ଟନାୟକ ଛକ ପାଖରେ ଥିବା ସନ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଗୁରୁତର ହୋଇ ପଡ଼ିଥିବା ୧୧ ରୋଗୀଙ୍କୁ ଏସ୍‌ସିବି ସମେତ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଅଗ୍ନିଶମ ବାହିନୀ ତଦନ୍ତ କରି ରିପୋର୍ଟ ଦେବା ପରେ ଏହି ହସ୍ପିଟାଲକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି । ଅଗ୍ନି ନିରାପତ୍ତା ଆଇନ ଖିଲାପ କରିବା ସହ ବେଆଇନ ଭାବେ ଚାଲିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ହସ୍ପିଟାଲରେ ଅଗ୍ନିକାଣ୍ଡ ଲାଗିବା ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ଜିଲ୍ଲା ପ୍ରଶାସନ । ତେବେ ସେଥିରେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଶେଷରେ ହସ୍ପିଟାଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ହସ୍ପିଟାଲ୍ ପରିଚାଳନା ପାଇଁ ସମସ୍ତ ଲାଇସେନ୍ସ ଓ ଅଗ୍ନି ନିରାପତ୍ତା ଲାଇସେନ୍ସ ଆଣିବା ପରେ ଖୋଲିବା ନେଇ ନିଷ୍ପତ୍ତି ଗ୍ରହଣ କରାଯିବ । ସେହିପରି କଟକରେ ଥିବା ଅନ୍ୟାନ୍ୟ ଘରୋଇ ହସ୍ପିଟାଲ୍ ର ଯାଞ୍ଚ ଲାଗି ବିଭିନ୍ନ ବିଭାଗ ନେଇ ଏକ ଟିମ୍ ଗଠନ ହୋଇଛି । ଖୁବ୍‌ ଶୀଘ୍ର ଟିମ୍‌ ତାର କାମ ଆରମ୍ଭ କରିବ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

five × 2 =