କରୋନା ମୁକାବିଲା ପାଇଁ ୩୬ ପିଜି ଡାକ୍ତରଙ୍କୁ ନିଯୁକ୍ତି

ଭୁବନେଶ୍ୱର: କରୋନା ମୁକାବିଲା ଲାଗି ନୂଆ ରଣନୀତି କରିଛନ୍ତି ରାଜ୍ୟ ସରକାର । ଦ୍ଵିତୀୟ ଲହରୀରେ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲାକୁ ପଠାଇଲେ ଅତିରିକ୍ତ ଡାକ୍ତର । କରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ ହେବେ ଏହି ପିଜି ଡାକ୍ତର । ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର ସୂଚନା ଦେଇଛନ୍ତି ।

ରାଜ୍ୟରେ ବଢୁଛି ସଂକ୍ରମଣ । କୋରନା ମୁକାବିଲାକୁ ଜୋର କରିଛନ୍ତି ସରକାର । ଦ୍ଵିତୀୟ ଲହରୀ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲାକୁ ପଠାଯାଇଛି ଅତିରିକ୍ତ ଡାକ୍ତର । ପିଜି ଡାକ୍ତରଙ୍କୁ କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡା ଜିଲ୍ଲାକୁ ପଠା ଯାଇଛି । ୩୬ ଜଣ ପିଜି ଡାକ୍ତରଙ୍କୁ ଏହି ୪ ଜିଲ୍ଲାକୁ ପଠାଯାଇଛି । କଳାହାଣ୍ଡିକୁ ୧୦, ମାଲକାନଗିରିକୁ ୮, ନବରଙ୍ଗପୁରକୁ ୮, ନୂଆପଡାକୁ ୧୦ ଜଣ ଡାକ୍ତର ପଠାଯାଇଛି ।ସେମାନଙ୍କ ମଧ୍ୟରେ ନିଶ୍ଚେତକ, ମେଡ଼ିସିନ, ରେଡ଼ିଓଲୋଜିଷ୍ଟ, ଅର୍ଥପେଡିକ ବିଭାଗର ଡାକ୍ତର ରହିଛନ୍ତି । ଏ ନେଇ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nine − four =