ଆଜି ରାଜ୍ୟରେ ୨୭୧ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୨୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକରେ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସେହି ସମୟ ମଧ୍ୟରେ ୩୧୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୫୮ ଓ ସ୍ଥାନୀୟ ସଂକ୍ରମିତ ୧୧୩ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୬୦ ଜଣ ଥିବା ଜଣାଯାଇଛି । ରାଜ୍ୟର ବାଲେଶ୍ୱରରେ ୧୪, ଭଦ୍ରକ ୨, ବଲାଙ୍ଗିର ୧, କଟକ ୨୩, ଦେବଗଡ ୮, ଢେଙ୍କାନାଳ ୫ ଓ ଜଗତସିଂହପୁରରେ ୭ ଜଣ ଚିହ୍ନଟ ହୋଇଛନ୍ତି । ଯାଜପୁର ୧୦, ଝାରସୁଗୁଡା ୨, କଳାହାଣ୍ଡି ୨, କେନ୍ଦ୍ରାପଡା ୨, କେନ୍ଦୁଝର ୫, ଖୋର୍ଦ୍ଧା ୧୧୨ ଓ ମାଲକାନଗିରିରେ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ମୟୁରଭଞ୍ଜରେ ୫, ନୟାଗଡ ୧, ପୁରୀ ୭, ରାୟଗଡା ୪, ସମ୍ବଲପୁର ୨୦, ସୋନପୁର ୧, ସୁନ୍ଦରଗଡ ୧୦ ଓ ଷ୍ଟେଟପୁଲରୁ ୨୫ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୩୩୩୪୪ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ସଂପ୍ରତି ରାଜ୍ୟରେ ୨୯୩୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଭଦ୍ରକ ଓ ଖୋର୍ଦ୍ଧା ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।

Share

Leave a Reply

Your email address will not be published. Required fields are marked *

6 + seventeen =