ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩,୦୯୧ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ଦିନକ ମଧ୍ୟରେ ୧୩,୮୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୩,୩୮,୦୦,୯୨୫ ଜଣ ସୁସ୍ଥ ହୋଇସାରିଲେଣି । ସେହିଭଳି ଦିନକରେ ୩୪୦ ଜଣ କରୋନା ରୋଗୀଙ୍କର ଜୀବନ ଯାଇଛି । ଦେଶରେ ଦୈନିକ ସଂକ୍ରମଣ ହାର ୧.୧୦% ଏବଂ ସାପ୍ତାହିକ ହାର ୧.୧୮% ରହିଛି । ସେହି ସମୟରେ କରୋନାରୁ ଆରୋଗ୍ୟ ହାର ୯୮.୨୫% ରେକର୍ଡ କରାଯାଇଛି । ସଂପ୍ରତି ଦେଶରେ ୧,୩୮,୫୫୬ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ବୁଧବାର ସଂଧ୍ୟା ସୁଦ୍ଧା ୬୧.୯୯ କୋଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୧୧୦.୨୩ କୋଟି ପାନ ଟିକା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

20 + nine =