ରାଜ୍ୟ

ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଶାଳୀ ଭିଣୋଇ

ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଶାଳୀ ଭିଣୋଇ । ଜଳେଶ୍ୱର ରେଳ ଷ୍ଟେସନ ଦକ୍ଷୀଣପୂର୍ବ କେବିନର କିଛି ଦୂରରେ ଘଟିଛି ଅଘଟଣ । ଗତକାଲି ସନ୍ଧ୍ୟା ସମୟରେ ବାଲେଶ୍ୱର ଆଡକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ ଆଗକୁ ଡେଇଁପଡିଥିଲେ ଉଭୟ। ମୃତକ ଜଳେଶ୍ୱର ଥାନା ରାଜପୁରର ଭିଣୋଇ ବିଜୟ ସାହୁ ଓ ବାଲିଆପାଳ ଥାନା ଅଂଚଳର ଶାଳୀ ସଂଯୁକ୍ତା ସାହୁ । ବିଜୟ ସାହୁ ଗତକାଲି ନିଜ ଶାଳୀ ସଂଯୁକ୍ତା ସାହୁଙ୍କୁ ନେଇ ଘରକୁ ଆସିଥିବାବେଳେ କୌଣସି କଥାକୁ ନେଇ ଟ୍ରେନ ଆଗକୁ ଡେଇଁ ପଡିଥିଲେ। ଟ୍ରେନ ଧକ୍କାରେ ଉଭୟ ଶାଳୀ ଭିଣେଇଙ୍କ ମୃତ୍ୟୁ ହୋଇଛି। ଖବର ପାଇ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି

Share

Leave a Reply

Your email address will not be published. Required fields are marked *

seventeen − two =