ରାଜଧାନୀରେ ଖୁବଶୀଘ୍ର ଆରମ୍ଭ ହେବ କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵରରେ ସଂକ୍ରମଣର ସ୍ଥିତି ସାଙ୍ଘାତିକ ରୂପ । ତେବେ ଆଜିର ସଂକ୍ରମିତଙ୍କ  ସଂଖ୍ୟାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଖୁବଶୀଘ୍ର ଆରମ୍ଭ ହେବ କଣ୍ଟେନମେଣ୍ଟ ଜୋନ୍ । ବିଏମସିର ଯେଉଁ ଅଞ୍ଚଳରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି  । ସେହିଭଳି ଅଞ୍ଚଳର ତାଲିକା ପ୍ରସ୍ତୁତ କରାଯିବା ପରେେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବ  । ଏନେଇ ବିଏମସି ଡେପୁଟି କମିଶନର ତଥା ନୋଡାଲ ଅଫିସର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି ।

ଏନେଇ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, ସଂକ୍ରମଣ ବଢୁଛି, ଚିନ୍ତା ବଢୁଛି। କଂଟାକ୍ଟ ଟ୍ରେସିଂକୁ  ତ୍ୱରାନ୍ୱିତ କରାଯାଇଛି। ଟେଷ୍ଟିଂ ବୃଦ୍ଧି ଯୋଗୁଁ ସଂକ୍ରମିତ ବଢୁଛି। ସଟଡାଉନ କଥା ମଧ୍ୟ ଆଲୋଚନା ହେଉଛି। କିଛି ନିଷ୍ପତ୍ତି ଯଦିଓ ହୋଇନି ତଥାପି କଣ୍ଟେନମେଣ୍ଟ ଯୋନ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ହେବ। କୋଭିଡ ସଚେତକଙ୍କୁ ଆକ୍ଟିଭ ସହ ଜନସମ୍ପର୍କ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଛି। କୌଣସି ବ୍ୟକ୍ତି ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × three =