ଭୁବନେଶ୍ୱର ଏମ୍ସରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର ଏମ୍ସରେ ସିବିଆଇ ଚଢ଼ାଉ । ଫାର୍ମାସୀ ଷ୍ଟୋର ନିଲାମୀ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ସିବିଆଇ ଏହି ଚଢ଼ାଉ କରିଥିବା ଜଣାପଡିଛି । ଦୁଇଟି ଟିମରେ ୮ ଜଣ ଅଧିକାରୀ ଆସି ଚଢ଼ାଉ କରିବା ସହିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି । ଅଭିଯୋଗ ନେଇ ବରିଷ୍ଠ ଅଧିକାରୀଙ୍କୁ ପଚରା ଉଚରା କରି ଆବଶ୍ୟକ ତଥ୍ୟ ସଂଗ୍ରହ କରିଛି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ । ନିଲାମି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ନେଇ ଯେଉଁ ସୂଚନା ରହିଛି ତାର ଏବେ ପ୍ରମାଣ ଖୋଜିବାକୁ ସିବିଆଇ ତନାଘନା କରୁଛି ।

Share

Leave a Reply

Your email address will not be published. Required fields are marked *

1 × 1 =