ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚତୁର୍ଦଶ ହକି ବିଶ୍ବକପର ସଫଳ ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଏଥିସହିତ ଏହି ମେଗା ଇଭେଣ୍ଟରେ ଦେଶ ବିଦେଶର କ୍ରିଡାବିତଙ୍କୁ ହାର୍ଦ୍ଦିକ ଆତିଥ୍ୟ ପ୍ରଦାନ କରିଥିବାରୁ ରାଜ୍ୟବାସୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।

ଟ୍ବିଟରେ ପ୍ରଧାନମନ୍ତ୍ରୀ ହକି ମହାକୁମ୍ଭର ଆୟୋଜନ ପାଇଁ ରାଜ୍ୟ ସରକାର ଓ ରାଜ୍ୟବାସୀଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ, ଓଡିଶାରେ ବିଶ୍ବକପ ହକିର ଆୟୋଜନ କ୍ରିଡାପ୍ରେମୀଙ୍କ ପାଇଁ ଟ୍ରିଟ୍ ଭଳି ।

ଓଡିଶା ପୁରୁଷ ବିଶ୍ବ କପ ହକି ନେଭେମ୍ବର 28ରୁ ଆରମ୍ଭ ହୋଇ ଡିସେମ୍ବର 16 ତାରିଖରେ ଶେଷ ହୋଇଥିଲା । ଏଥିରେ ବେଲଜିୟମ ପ୍ରଥମ ଥର ପାଇଁ ବିଶ୍ବକପ ବିଜେତା ହୋଇ ହକି ଇତିହାସରେ ନୂଆ ରେକର୍ଡ ସୃଷ୍ଟି କରିଛି ।

Share

Leave a Reply

Your email address will not be published. Required fields are marked *

eighteen − 2 =