ଫ୍ରାନ୍ସ ବିପକ୍ଷ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା

ଜାତୀୟ ମହିଳା ଦଳ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ପାଇଁ ହକି ଇଣ୍ଡିଆ ବୁଧବାର ଭାରତୀୟ ଦଳ ଘୋଷଣା କରିଛି। ଏହି ମ୍ୟାଚ୍ସବୁ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ଗୋରଖପୁରରେ ଖେଳାଯିବ। ୩୩ ଜଣ ସମ୍ଭାବ୍ୟ ଦଳକୁ ନେଇ ଲକ୍ଷ୍ନୌ ସାଇ କ୍ୟାମ୍ପସ୍ରେ ଚାଲିଥିବା ଜାତୀୟ ଶିବିର ଅବସରରେ ବୁଧବାର ୨୦ ଜଣିଆ ଦଳ ଘୋଷଣା କରାଯାଇଛି। ଶିବିରରେ ସାମିଲ ଥିବା ୪ ଜଣଯାକ ଓଡ଼ିଆ ଏହି ଦଳରେ ସ୍ଥାନ ଅକ୍ତିଆର କରିଛନ୍ତି। ସେମାନେ ହେଲେ ଦୁଇ ମିଡ୍ଫିଲ୍ଡର ମାରିଆନା କୁଜୁର ଓ ଅଜ୍ମିନା କୁଜୁର, ଡିଫେଣ୍ଡର ଫିଲିସିଆ ଟପ୍ପୋ ଓ ମିଡ୍ଫିଲ୍ଡର ଜୀବନ କିଶୋରୀ ଟପ୍ପୋ। ସାଲିମା ଟେଟେ ଦଳର ନେତୃତ୍ବ ନେଉଥିଲା ବେଳେ ଲାଲ୍ରେମ୍ସିଆମି ଉପଅଧିନାୟିକା ମନୋନୀତ ହୋଇଛନ୍ତି।
ପ୍ରଥମ ଦୁଇଟି ମ୍ୟାଚ୍ ଯଥାକ୍ରମେ ଫେବ୍ରୁଆରି ୮ ଓ ୯ ତାରିଖରେ ଲକ୍ଷ୍ନୌର ପଦ୍ମଶ୍ରୀ ମହମ୍ମଦ ସାହିଦ ସିନ୍ଥେଟିକ୍ ହକି ଷ୍ଟାଡିୟମ୍ରେ ଖେଳାଯିବା ପରେ ତୃତୀୟ ମ୍ୟାଚ୍ ୧୧ ତାରିଖ ଦିନ ଗୋରଖପୁରର ବୀର ବାହାଦୁର ସିଂହ ସ୍ପୋର୍ଟସ୍ କଲେଜରେ ଖେଳାଯିବ। ଏହାପରେ ୧୩ ତାରିଖ ଦିନ ଚତୁର୍ଥ ତଥା ଶେଷ ମ୍ୟାଚ୍ ଖେଳିବା ପାଇଁ ଉଭୟ ଦଳ ପୁଣି ଲକ୍ଷ୍ନୌ ଫେରିଆସିବେ।

Share

Leave a Reply

Your email address will not be published. Required fields are marked *

twelve + 14 =