ଆଡ୍‌ଫ୍ୟାକ୍ଟର୍ସ ପିଆର୍ ଜିତିଲା ପବ୍ଲିକ୍ ରିଲେସନ୍ସ ପ୍ରିମିୟର କ୍ରିକେଟ୍ ଲିଗ୍ ୨୦୨୩ (ପିଆର୍‌ପିସିଏଲ୍‌)

ଟୁର୍ଣ୍ଣାମେଂଟ୍‌ରେ ପ୍ରଥମ ଦଳ ଭାବେ ୬ ଓଭରରେ ୧୩୧ ରନ୍ କରି ଇତିହାସ ରଚିଲା ଆଡଫ୍ୟାକ୍ଟର୍ସ ୟୁନାଇଟେଡ୍‌

ଭୁବନେଶ୍ୱର: ପବ୍ଲିକ୍ ରିଲେସନ୍ସ କନସଲଟାଂଟ୍‌ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ପିଆରସିଏଆଇ) ପକ୍ଷରୁ ମୁମ୍ବାଇର ଖର୍ ଜିମ୍‌ଖାନାରେ ଆୟୋଜିତ ପବ୍ଲିକ୍ ରିଲେସନ୍ସ ପ୍ରିମିୟର କ୍ରିକେଟ୍ ଲିଗ୍ (ପିଆରପିସିଏଲ୍‌) ୨୦୨୩, ପଶ୍ଚିମ ସଂସ୍କରଣ ରେ ଭାରତର ସର୍ବବୃହତ ପିଆର୍ କନସଲଟାନ୍ସି ସଂସ୍ଥା ଆଡ୍‌ଫ୍ୟାର୍କ୍ଟସ ପିଆର୍‌ର ଟିମ୍ ଆଡ୍‌ଫ୍ୟାକ୍ଟର୍ସ ୟୁନାଇଟେଡ୍ ବିଜୟୀ ହୋଇଛି ।
ଟୁର୍ଣ୍ଣାମେଂଟ୍‌ର ପ୍ରଥମ ମ୍ୟାଚ୍‌ରେ ଆଡ୍‌ଫ୍ୟାକ୍ଟର୍ସ ୟୁନାଇଟେଡ୍ ଟିମ୍ ମାତ୍ର ଛଅ ଓଭରରେ ୧୩୧ ରନ୍ କରି ଇତିହାସ ସୃଷ୍ଟି କରିଥିଲା । +୪.୭୭ ଭଳି ସକାରାତ୍ମକ ରନ୍ ରେଟ୍ ନେଇ ଦଳ ଫାଇନାଲ୍‌ରେ ପ୍ରବେଶ କରିଥିଲା । ଟୁର୍ଣ୍ଣାମେଂଟ୍ ସାରା ଦଳର ରନ୍ ରେଟ୍ ସର୍ବାଧିକ ରହିଥିଲା ।
ମୋଟ ଉପରେ ଟୁର୍ଣ୍ଣାମେଂଟ୍‌ରେ ୨୪୮ ରନ୍ କରିଥିବା ସତବୀର ଖଇରାଲିୟା ଦୁଇଟି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିବା ସହ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ । ସୁଶିଲ ମାଡଗଟ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟାଇଟଲ୍ ଜିତିଥିବା ବେଳେ କାର୍ତିକ ବାଙ୍ଗେରା ସେମି ଫାଇନାଲ୍‌ରେ ଫାଇଟର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଥିଲେ ।
ଏହି ବିଜୟ ସମ୍ପର୍କରେ ଆଡଫ୍ୟାକ୍ଟର୍ସ ପିଆର୍‌ର ସିଇଓ ନିଜୟ ଏନ୍ ନାୟାର କହିଛନ୍ତି ଯେ, “ଆଡଫ୍ୟାକ୍ଟର୍ସର ସଂସ୍କୃତିରେ ଆମ ପାଇଁ କ୍ରୀଡ଼ା ସମନ୍ୱିତ ହୋଇରହିଛି । ଆଭ୍ୟନ୍ତରୀଣ ବିକାଶ କାର୍ଯ୍ୟକ୍ରମ ହେଉ ଅଥବା ଶିଳ୍ପ ସ୍ତରୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ, ଆମେ କ୍ରୀଡ଼ାବିତମାନଙ୍କୁ ବେଶ ଗମ୍ଭୀରତାର ସହ ଗ୍ରହଣ କରିଥାଉ । ଟ୍ରଫିକୁ ଆଣିବା ଆମ ହୃଦୟକୁ ଗର୍ବ ଓ ଖୁସିରେ ଭରି ଦେଇଛି । ନିର୍ଦିଷ୍ଟ ଉଦ୍ୟମ, ଭଲ ପାଇବା ଓ ନିଷ୍ଠା ସହ କାମ ଭଳି ଆମ କର୍ମଚାରୀମାନେ କ୍ରୀଡ଼ାକୁ ଯେଭଳି ଅନୁସରଣ କରିବେ ସେଥିପାଇଁ ଆମେ ସହଯୋଗ ଜାରି ରଖିଛୁ ।’’
ଏହି ବିଜୟରେ ଖୁସି ପ୍ରକଟ କରି ଆଡଫ୍ୟାକ୍ଟର୍ସ ୟୁନାଇଟେଡ୍‌ର ଅଧିନାୟକ ଓମ୍‌କାର ଜଲଗାଓଁକର କହିଛନ୍ତି ଯେ, “ପିଆରପିସିଏଲ୍ ଟ୍ରଫି ଜିତିବା ଆଡଫ୍ୟାକ୍ଟର୍ସ ପିଆର୍ ଓ ଆମ ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ । ଏହି ସ୍ତରରେ ପହଂଚିବା ଲାଗି ଆମ ଟିମ୍ ବହୁତ କଠିନ ପରିଶ୍ରମ ଓ ଉଦ୍ୟମ କରିଛି ଏବଂ ତାହା ବିଜୟୀ ଭାବେ ଉଭା ହେବାର ଅନୁଭୂତି ବେଶ ଅତୁଲ୍ୟ ।’’
ପିଆର୍‌ପିସିଏଲ୍‌ରେ ପଶ୍ଚିମାଂଚଳର ବିଭିନ୍ନ ପିଆର୍ ସଂସ୍ଥାର କ୍ରିକେଟ୍ ଟିମ୍ ଭାଗ ନେଇଥିଲେ । ଆଡଫ୍ୟାକ୍ଟର୍ସ ୟୁନାଇଟେଡ୍‌ର ବିଜୟ ହେଉଛି ଦଳଗତ କାର୍ଯ୍ୟ, ଉତ୍ସର୍ଗୀକୃତ ମନୋଭାବ ଓ କ୍ରିକେଟ୍ ପ୍ରତି ପ୍ରବଳ ଆଗ୍ରହର ପ୍ରତିଫଳନ । ଆସନ୍ତା ବର୍ଷ ଟାଇଟଲ୍‌କୁ ବଜାୟ ରଖିବା ଲାଗି କଂପାନି ଚାହିରହିଛି ।

Share

Leave a Reply

Your email address will not be published. Required fields are marked *

7 − one =