ବିଶ୍ବକପ 2018ରେ ୟୁରିଙ୍କ ପ୍ରଥମ ଗୋଲ

ମସ୍କୋ: ଫିଫା ବିଶ୍ବକପ୍‌-୨୦୧୮ର ଉଦ୍‌ଘାଟନୀ ମ୍ୟାଚରେ ସାଉଦୀ ଅରବକୁ ୫-୦ଗୋଲରେ ପରାସ୍ତ କରିଛି ରୁଷିଆ। ୟୁରି ଗାଜିସ୍କି ଚଳିତ ବିଶ୍ବକପରେ ପ୍ରଥମ ଗୋଲ ଦେଇଛନ୍ତି। ଏହି ଗୋଲ ବଳରେ ସେ ରୁଷିଆକୁ ଆରବ ବିପକ୍ଷରେ ୧-୦ ଆଗରେ ରଖିଥିଲେ। ୨୮ ବର୍ଷିଅ ୟୁରି ଗାଜିସ୍କି ମ୍ୟାଚ୍‌ରେ ୧୨ ମିନିଟରେ ଗୋଲ ଦେଇଥିଲେ। ଏହା ଦ୍ବାରା ଷ୍ଟାଡିୟମରେ ଉପସ୍ଥିତ ୮୦,୦୦୦ ଦର୍ଶକ ଖୁସି ହୋଇ ଯାଇଥିଲେ। ଦର୍ଶକମାନେ ବିଶ୍ବକପ୍‌ର ପ୍ରଥମ ଗୋଲକୁ କରତାଳି ସହିତ ସ୍ବାଗତ କରିଛନ୍ତି। ରୁଷିଆରେ ୧୯୮୦ର ମସ୍କୋ ଅଲମ୍ପିକ ପରେ ସବୁଠାରୁ ବଡ ଖେଳ ଆୟୋଜନ।

ଏହା ପରେ ୪୩ ମିନିଟରେ ୨୭ ବର୍ଷିଅ ଡେନିସ ଚେରିସେବ ଗୋଲ ଦେଇ ଟିମକୁ ୨-୦ରେ ଆଗକୁ ନେଇଥିଲେ। ପରେ ୨୯ ବର୍ଷିଅ ଏରଟେମ ଡେଜୟୁବା ୭୧ ମିନିଟରେ ଗୋଲ ଦେଇ ରୁସକୁ ୩-୦ରେ ଆଗକୁ ନେଇଥିଲେ। ଖେଳର ଶେଷ ପର୍ଯ୍ୟାୟରେ ୪ର୍ଥ ଓ ୫ମ ଗୋଲ ହୋଇଥିଲା। ୪ର୍ଥ ଗୋଲ ଡେନିସ ଚେରିଶେବ ଓ ଆଲେକଜାଣ୍ଡର ଗୋଲୋବିନ ୫ମ ଗୋଲ ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

2 × five =