ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ଫସିବେ ବଡ ମୁଣ୍ଡ!

ଭୁବନେଶ୍ବର () ଛତ୍ରପୁର ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ରାଜ୍ୟ ବିଜେପିର ତୁଙ୍ଗ ନେତାମାନେ ଛନ୍ଦି ହେବାକୁ ଯାଉଛନ୍ତି । ଗତକାଲି ଗଂଜାମ ପୋଲିସ ବିଜେପିର ଦୁଇ ବରିଷ୍ଠ ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ କରିଥିବା ବେଳେ ଆଉ କିଛି ଟାଣୁଆ ନେତା ଏହି ମାମଲାରେ ଟାଣି ହେବେ ବୋଲି ଶୁଣିବାକୁ ମିଳୁଛି । ଚର୍ଚ୍ଚା ହେଉଛି, ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅପରାଧୀଙ୍କୁ ସୁରକ୍ଷା ଦେବାକୁ ଯାଇ ଦଳର ଜଣେ ବଡ ମୁଣ୍ଡ ଖୁବଶୀଘ୍ର ପୋଲିସ ଜାଲରେ ଛନ୍ଦି ହେବେ ।

ବିଜେଡି ଯୁବ ନେତା ଲକ୍ଷ୍ମୀଦତ୍ତଙ୍କ ଗତ 2017 ସେପ୍ଟେମ୍ବର ମାସରେ ସଂଗଠିତ ଭାବେ ହତ୍ୟା କରାଯାଇଥିଲା । ହତ୍ୟା ମାମଲାରେ ଗୋଲକ ମହାପାତ୍ରଙ୍କୁ ଆସନ୍ତା ଫେବୃଆରୀ 7 ତାରିଖରେ ଏବଂ ଭୃଗୁଙ୍କୁ ଫେବୃଆରୀ 9 ତାରିଖରେ ଥାନାରେ ହାଜର ହେବାକୁ ନୋଟିସ ହୋଇଛି । ପୂର୍ବରୁ ଥରେ ଗୋଲକ ଛତ୍ରପୁର ପୋଲିସ ନିକଟରେ ହାଜର ହୋଇଥିଲା ଏବଂ ପୋଲିସ ତାଙ୍କୁ ଦୀର୍ଘ 5 ଘଣ୍ଟା ଧରି ଜେରା କରିଥିଲା । ପ୍ରଥମ ଥର ପାଇଁ ଏହି ଘଟଣାରେ ଭୃଗୁଙ୍କୁ ପୋଲିସ ନୋଟିସ ହୋଇଛି ।

ଏହି ଘଟଣାରେ ପୋଲିସ ପ୍ରଥମେ 8 ଜଣ ଏବଂ ପରେ ଆଉ 8 ଜଣଙ୍କୁ ଗିରଫ କରିଥିଲା । ପରେ ଉତ୍ତରାଖଣ୍ଡର ଏକ ଗେଷ୍ଟାହାଉସରୁ ଗଂଜାମ ଜିଲ୍ଲା ବିଜେପି ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ ଓ ଲକ୍ଷ୍ମୀପୁର ସମିତି ସଭ୍ୟ ଏନ. ଦୁର୍ଯ୍ୟୋଧନ ରେଡ୍ଡୀଙ୍କୁ ଗିରଫ କରାଯାଇଥିଲା । କୃଷ୍ଣଚନ୍ଦ୍ର ଓ ଦୁର୍ଯୋଧନ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲେ ବୋଲି ପୋଲିସ ସେ ସମୟରେ ସୂଚନା ଦେଇଥିଲା । ଏହି ଦୁଇଜଣଙ୍କ ବୟାନ ଆଧାରରେ ଗୋଲକ ମହାପାତ୍ରଙ୍କୁ ପୋଲିସ ଜେରା କରିଥିଲା । ତେବେ ଉତ୍ତରାଖଣ୍ଡରେ ଏହି ଦୁଇ ମାଷ୍ଟର ମାଇଣ୍ଡଙ୍କୁ କିଏ ଆଶ୍ରୟ ଦେଇଥିଲା ଏବଂ କିଏ ସୁରକ୍ଷା ଯୋଗାଉଥିଲା ସେ ନେଇ ଖୋଳତାଡ ଆରମ୍ଭ ହୋଇଛି । ଚର୍ଚ୍ଚା ହେଉଛି, ଦଳର ଜଣେ ବଡ କାର୍ପଟଦାର ଏହି ଦୁଇଜଣଙ୍କୁ ଅଭୟବାଣୀ ଦେଇ ଉତ୍ତରାଖଣ୍ଡରେ ଲୁଚାଇଥିଲେ । କିନ୍ତୁ କଲ ରେକର୍ଡ ଟ୍ରାକିଂରୁ ଦୁହେଁ ଧରାପଡିଯାଇଥିଲେ ।

Share

Leave a Reply

Your email address will not be published. Required fields are marked *

two × three =