ମୁଲାୟମ ସିଂହ ଯାଦବ ମୋତେ ଫସାଇ ଦେଲେ: ମାୟାବତୀ

ଲକ୍ଷ୍ନୌ()   ଭାଙ୍ଗିଲା ଏସ୍ପି-ବିଏସ୍ପି ମେଣ୍ଟ । ଏନେଇ ବିଧିବଦ୍ଧ ଘୋଷଣା କରିଛନ୍ତି ବିଏସ୍ପି ମୁଖ୍ୟ ମାୟାବତୀ । ଆଗାମୀ ନିର୍ବାଚନରେ ଦଳ ଏକାକୀ ଲଢିବ ବୋଲି କହିଛନ୍ତି ମାୟାବତୀ । ଲୋକସଭା ନିର୍ବାଚନ ପରେ ସମାଜବାଦୀ ପାର୍ଟିର ବ୍ୟବହାର ନେଇ ମାୟାବତୀ କ୍ଷୁବ୍ଧ ଥିଲେ । ଏହା ପରେ ମେଣ୍ଟ ଭାଙ୍ଗିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ମାୟାବତୀ । ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ମାତ୍ ଦେବା ପାଇଁ ଉତ୍ତର ପ୍ରଦେଶରେ ଏସ୍ପି-ବିଏସ୍ପି ମେଣ୍ଟ ହୋଇଥିଲା । ମେଣ୍ଟ ଅନୁଯାୟୀ ରାଜ୍ୟର ୮୦ ଲୋକସଭା ଆସନରୁ ଏସ୍ପି-ବିଏସ୍ପିକୁ ସେତେଟା ଫାଇଦା ମିଳି ନାହିଁ । ୮୦ ଆସନରୁ ବିଏସ୍ପି ୩୮ଟି ପ୍ରାର୍ଥୀ ଦେଇଥିଲା । ସେଥିମଧ୍ୟରୁ ୧୦ଜଣ ବିଜୟୀ ହୋଇଥିଲେ । ସେହିପରି ସମାଜବାଦୀ ପାର୍ଟି ୩୭ ପ୍ରାର୍ଥୀ ଦେଇଥିବା ବେଳେ ୫ଜଣ ବିଜୟୀ ହୋଇଥିଲେ । ମାୟାବତୀ ଆହୁରି କହିଛନ୍ତି ଯେ ମୁଲାୟମ ସିଂହ ଯାଦବ ମୋତେ ଫସାଇ ଦେଲେ ।

Share

Leave a Reply

Your email address will not be published. Required fields are marked *

5 − 3 =