ଶିଶୁ ମୃତ୍ୟୁ ପାଇଁ ସୁପ୍ରିମକୋର୍ଟଙ୍କ ନୋଟିସ

ବିହାର ଶିଶୁ ମୃତ୍ୟୁ ମାମଲାରେ ଜବାବ ମାଗିଲା ସୁପ୍ରିମକୋର୍ଟ । ବିହାରରେ ମସ୍ତିସ୍କ ଜରରେ ଶିଶୁ ମୃତ୍ୟୁ ଥମିବାର ନା ନେଉନାହିଁ । ଏପର୍ୟ୍ୟନ୍ତ ମୃତ୍ୟୁ ସଂଖ୍ୟା ୧୫୦ରୁ ଅଧିକ ଟପିଲାଣି । ତେବେ ଏହି ଘଟଣା କିପରି ସମାଧାନ କରାଯିବ ତାର ବାଟ ବାହାର କରିବା ପାଇଁ ସୁପି୍ରମକୋଟ ନିଦେ୍ର୍ଧଶ ଦେଇଛନ୍ତି । ଜଷ୍ଟିସ ‘ଖନା’ କହିଛନ୍ତି, ଏହି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଏହା କାହିଁକି ବଢୁଛି ସୁପି୍ରମକୋର୍ଟ ଜାଣିବା ଆବଶ୍ୟକ । ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ । ୧୦ ଦିନ ଭିତରେ ଜବାବ ରଖିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ହେଲଥ ସର୍ଭିସ, ନ୍ୟୁଟ୍ରିସନ ଓ ହାଇଜିନ୍ ଏହି ୩ଟି ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି ।

ବିହାର ସରକାରଙ୍କୁ ମେଡିକାଲ ସୁବିଧା ସୁଯୋଗ ବୃଦ୍ଧି ନିମନ୍ତେ ନିର୍ଦ୍ଦେଶ ଦେବାକୁ ଆବେଦନରେ କରାଯାଇଛି ।ତା ସହ କେନ୍ଦ୍ର ସରକାର ମଧ୍ୟ ଏଥିରେ ଆକ୍ସନ ନେବା ପାଇଁ କୁହାଯାଇଥିଲା ।

ସୂଚନା ଅନୁଶାରେ: ବିହାରର ପୁଜାଫରପୁର ଜିଲ୍ଲାରେ ଜାପାନୀ ଏନସେଫାଲାଇଟ୍ସ ବା ଜାପାନୀ ଜ୍ବର କାରଣରୁ ୧୫୦ ପିଲାମାନଙ୍କ ମୃତ୍ୟୁ ହୋଇସାରିଛି। ସେହିଭଳି ଏହି ରୋଗ କାରଣରୁ ୨୦୧୪ରେ ୧୩୯ ଟି ପିଲା ଏବଂ ୨୦୧୨ରେ ୧୭୮ଟି ପିଲାଙ୍କର ମୃତ୍ୟୁ ହୋଇଥିଲା। ପ୍ରାୟତଃ ଏହି ରୋଗ ଛୋଟ ପିଲା ଏବଂ ବୟସ୍କ ବ୍ୟକ୍ତିମାନଙ୍କ ପାଖରେ ଦେଖାଯାଇଥାଏ। ବାସ୍ତବରେ ଏହି ରୋଗ ଅସାଧାରଣ ରୂପେ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ। ବିଏଚଏମଏସ ଡାକ୍ତର ସ୍ବାତି ଭରଦ୍ବାଜଙ୍କ କହିବା ଅନୁଯାୟୀ ଜାପାନୀ ଜ୍ବର ଏକ ପ୍ରକାର ମସ୍ତିଷ୍କ ସଂକ୍ରମଣ ରୋଗ ହୋଇଥାଏ। ଏହି ରୋଗ ହେବା ସମୟରେ ଶରୀରରେ କମ୍ପନ ଆସିଥାଏ। ଏହି ରୋଗ ସମ୍ପର୍କରେ ଜାଣିବା ପାଇଁ ସିଟି ସ୍କାନ କରିବା ଉଚିତ।

Share

Leave a Reply

Your email address will not be published. Required fields are marked *

sixteen − seven =