ଆଜି ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଗସ୍ତ, ଲୋକାର୍ପିତ ହେବ ଗୋପାଳପୁର ବନ୍ଦର

ବ୍ରହ୍ମପୁର: ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଥମେ ମୁଖ୍ୟମନ୍ତ୍ରୀ ଗୋପାଳପୁର ବନ୍ଦରରେ ପହଞ୍ଚି ସେଠାରେ ନିର୍ମିତ ସେକଣ୍ଡ ବର୍ଥର ଉଦଘାଟନ କରିବେ । ପରେ ଶେରଗଡ ଯାଇ ହରଭଙ୍ଗି କେନାଲର ସମ୍ପ୍ରସାରଣ ପାଇଁ ୨୦୦ କୋଟି ଟଙ୍କା ପ୍ରୋଜେକ୍ଟର ଉଦଘାଟନ କରିବେ । ଏହାପରେ ସାନଖେମୁଣ୍ଡି ଯାଇ ଜଳପ୍ରକଳ୍ପର ଶିଳାନ୍ୟାସ କରିବା ସହ ନିର୍ମାଣ ଶ୍ରମିକଙ୍କୁ ସାଇକେଲ ବଣ୍ଟନ କରିବେ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗତକାଲି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି । ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

14 − 3 =