କୋଟିଆ ପରେ ଓଡିଶାର ତେଲୁଗୁ ଭାଷାଭାଷୀ ଲୋକଙ୍କ ଉପରେ ଆନ୍ଧ୍ରର ଆଖି

ଭୁବନେଶ୍ବର () ସୀମାନ୍ତବର୍ତ୍ତି କୁଟିଆ ଗ୍ରାମପୁଂଜ ଉପରେ ଅଧିକାର ଜମେଇ ବସିଥିବା ଆନ୍ଧ୍ର ପ୍ରଦେଶ ସରକାର ଏବେ ଓଡିଶାରେ ବିଶେଷ କରି ସୀମାନ୍ତବର୍ତ୍ତି ନିର୍ବାଚନମଣ୍ଡଳୀରେ ନିଜର ରାଜନୈତିକ ଉପସ୍ଥିତି ଜାହିର କରିବାକୁ ଉଦ୍ୟମ କଲାଣି । ତେଲୁଗୁ ଦେଶମ ପାର୍ଟି (ଟିଡିପି) ଆସନ୍ତା ନିର୍ବାଚନରେ ଓଡିଶାରେ ପ୍ରାର୍ଥୀ ଦେବ ବୋଲି ଚୁଡାନ୍ତ କରିଛି । ଏଥିପାଇଁ ଦଳ ପକ୍ଷରୁ ପ୍ରାଥମିକ ସର୍ଭେ ସରିଛି ।

ମିଳିଥିବା ସୂଚନା ଅନୁଯାୟୀ ଓଡିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତବର୍ତ୍ତି ୫୨ଟି ବିଧାନସଭା ଓ ୫ଟି ଲୋକସଭା ଆସନରେ ଟିଡିପି ପ୍ରାର୍ଥୀ ଦେବ  । ଏହି ସୂଚନା ଦେଇଛନ୍ତି ଦଳର ରାଜ୍ୟ ମୁଖପାତ୍ର ରାଜେଶ ପୁତ୍ରା । ଆନ୍ଧ୍ରରେ ଏବେ ଟିଡିପି ସରକାରରେ ଥିଲାବେଳେ ଅବିଭକ୍ତ କୋରାପୁଟ ଓ ଗଂଜାମରେ ତେଲଗୁ ଭାଷାଭାଷୀ ଲୋକଙ୍କ ସଂଖ୍ୟା ଅଧିକ । ତେଣୁ ଏହିସବୁ ଅଂଚଳକୁ ଟିଡିପି ଫୋକସ କରୁଛି ।

ଏବେ ସୁଦ୍ଧା ୫୨ଟି ବିଧାନସଭା ଓ ୫ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳ ଲଢ଼ିବା ଚୂଡ଼ାନ୍ତ ହୋଇଛି। ବାକି ଆସନ ଗୁଡିକରେ ସର୍ଭେ ରିପୋର୍ଟ ପରେ ନିଷ୍ପତ୍ତି ନିଆଯିବ। କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର, ଆସ୍କା ସମେତ ଏକ ଉପକୂଳ ଜିଲ୍ଲାରେ ଦଳ ଲୋକସଭା ପ୍ରାର୍ଥୀ ଦେବାକୁ ସ୍ଥିର ହୋଇଛି। ଏନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନୀପତି କହିଛନ୍ତି ଯେ ଟିଡିପି ପାର୍ଥୀ ଦେଲେ ବିଜେଡିର କ୍ଷତି ହେବ କଂଗ୍ରେସ ଲାଭରେ ରହିବ । ମେଣ୍ଟ କଥା କେନ୍ଦ୍ରୀୟ ନେତୃତ୍ବ ନିଷ୍ପତ୍ତି ନେବେ । ତେବେ ବିଜେଡିର ବରିଷ୍ଠ ଉପସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ ଟିଡିପି ଆଗରୁ ମଧ୍ୟ କହିଥିଲା ପାର୍ଥୀ ଦେବ ବୋଲି । କେବେ ଦେଇନଥିଲେ । ଏବେ ପାର୍ଥୀ ଦେଲେ କିଛି ଫରକ୍ ପଡିବନି । ଓଡିଶାରେ ତେଲୁଗୁ ଲୋକ ବିଜେଡି ସହ ରହିଛନ୍ତି । ସେପଟେ ଭୃଗୁ ବକ୍ସି ପାତ୍ର କହିଛନ୍ତି ଯେ ଏହାର କୈଣସି ପ୍ରଭାବ ବିଜେପି ଉପରେ ପଡିବନି, ବରଂ ବିଜୁ ଜନତା ଦଳ ଉପରେ ଏହାର ପ୍ରଭାବ ପଡିପାରେ ।

Share

Leave a Reply

Your email address will not be published. Required fields are marked *

14 − twelve =