ବିଜେପିର 100 ବିଧାନସଭା ପ୍ରାର୍ଥୀ ତାଲିକା, ଧର୍ମେନ୍ଦ୍ରଙ୍କ ନାଁ ନାହିଁ

ଭୁବନେଶ୍ୱର () ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ଚୂଡାନ୍ତ ମୋହର ପରେ 100ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ପ୍ରାଥମିକ ପର୍ଯ୍ୟାୟରେ ପ୍ରକାଶ ପାଇଥିବା ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନାହିଁ । ଚର୍ଚ୍ଚା ହେଉଥିଲା ସେ ପାଲଲହାଡ଼ା, ତାଳଚେର କିମ୍ବା ଅନୁଗୁଳ ବିଧାନସଭାରୁ ପ୍ରାର୍ଥୀ ହେବେ । କିନ୍ତୁ ଏହି ତିନୋଟି ଆସନରୁ ସେ ପ୍ରାର୍ଥୀ ହେଉନାହାନ୍ତି । ସେହିଭଳି ଦଳବଦଳକାରୀ ଅସନ୍ତୁଷ୍ଟ ନେତାଙ୍କୁ ପ୍ରାଧାନ୍ୟ ଦେଇ ପ୍ରାର୍ଥୀ ଭାବେ ଥଇଥାନ କରାଯାଇଛି ।

ପଦ୍ମପୁରରୁ ପ୍ରଦୀପ ପୁରୋହିତ, ବରଗଡ଼ରୁ ଅଶ୍ୱିନୀ ଷଢଙ୍ଗୀ, ଅତବିରାରୁ ମିଳନ ସେଠ, ବ୍ରଜରାଜନଗରରୁ ରାଧାରାଣୀ ପଣ୍ଡା, ତାଳସରାରୁ ଭବାନୀ ଭୋଇ, ସୁନ୍ଦରଗଡ଼ରୁ କୁସୁମ ଟେଟେ, ବିରାମିତ୍ରପୁରରୁ ଶଙ୍କର ଓରାମ, ରଘୁନାଥପଲ୍ଲୀରୁ ଜଗବନ୍ଧୁ ବେହେରା, ରାଉଲକେଲାରୁ ନିହାର ରାୟ, ରାଜଗାଙ୍ଗପୁରରୁ ନରସିଂହ ମିଞ୍ଜ, ବଣାଇରୁ ଅନୀଲ ବାର୍ଲା, କୁଚିଣ୍ଡାରୁ ରବି ନାରାୟଣ ନାୟକ, ରେଙ୍ଗାଲିରୁ ନାଉରି ନାୟକ, ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ତେଲକୋଇରୁ ଧନୁଞ୍ଜୟ ସିଧୁ ଓ ଘଷିପୁରାରୁ ପୃଥ୍ୱୀରାଜ କହଁର ପ୍ରାର୍ଥୀ ହୋଇଛନ୍ତି ।

ସେହିଭଳି ଆନନ୍ଦପୁରରୁ ଭାଗିରଥି ସେଠି, ପଟଣାରୁ ଭବାନୀ ଶଙ୍କର ନାୟକ, କେନ୍ଦୁଝରରୁ ମୋହନ ମାଝୀ, ଜଷିପୁରରୁ ଘେଁଷରାମ ଖୁଣ୍ଟିଆ, ସାରସକଣାରୁ ବୁଧାନ ମୁର୍ମୁ, ବାଙ୍ଗିରିପୋଷିରୁ ସୁକୁଡ଼ା ମୁର୍ମୁ, କରଞ୍ଜିଆରୁ ପଦ୍ମଚରଣ ହାଇବୃ, ଉଦଳାରୁ ଭାଷ୍କର ମଢେଇ, ବଡ଼ସାହିରୁ ସନାତନ ବିଜୁଳି, ବାରିପଦାରୁ ପ୍ରକାଶ ସୋରେନ, ଜଳେଶ୍ବରରୁ ଜୟନାରାୟଣ ମହାନ୍ତି, ବାଲେଶ୍ୱରରୁ ମଦନମୋହନ ଦତ୍ତ, ରେମୁଣାରୁ ଗୋବିନ୍ଦ ଚନ୍ଦ୍ର ଦାସ, ସୋରରୁ ରାକେଶ ମଲ୍ଲିକ, ସିମୁଳିଆରୁ ପଦ୍ମଲୋଚନ ପଣ୍ଡା, ବସୁଦେବପୁରରୁ ମାଧବାନନ୍ଦ ମଲ୍ଲିକ, ଧାମନଗରରୁ ବିଷ୍ଣୁ ସେଠୀ, ଚନ୍ଦବାଲିରୁ ମନମୋହନ ସାମଲ, ବିଂଝାରପୁରରୁ ବବିତା ମଲ୍ଲିକ, ବରୀରୁ ବିଶ୍ୱ ରଞ୍ଜନ ମଲ୍ଲିକ, ବଡଚଣାରୁ ଅମର ନାୟକ, ଧର୍ମଶାଳାରୁ ତୁଷାର ପରିଡା, ଯାଜପୁରରୁ ଗୌତମ ରାୟ, କୋରେଇରୁ ବିଶ୍ଵଜିତ ନାୟକ ପ୍ରାର୍ଥୀ ହୋଇଛନ୍ତି ।

ଏଥିସହ ସୁକିନ୍ଦାରୁ ପ୍ରଦୀପ ବଳସାମନ୍ତ, ଢେଙ୍କାନାଳରୁ କୃଷ୍ଣଚନ୍ଦ୍ର ପାତ୍ର, ହିନ୍ଦୋଳରୁ ଅଶୋକ ନାୟକ, କମାକ୍ଷାନଗରରୁ ଶତ୍ରୁଘ୍ନ ଜେନା, ପରଜଙ୍ଗରୁ ବିଭୁତି ପ୍ରଧାନ, ପାଲଲହାଡ଼ାରୁ ଅଶୋକ ମହାନ୍ତି, ତାଳଚେରରୁ କାଳନ୍ଦୀ ସାମଲ, ଅନୁଗୁଳରୁ ପ୍ରତାପ ପ୍ରଧାନ, ଛେଣ୍ଡିପଦାରୁ ଅଗସ୍ତି ବେହେରା, ଲୋଇସିଙ୍ଗାରୁ ମୁକେଶ ମହାଲିଙ୍ଗ, ପଟଣାଗଡ଼ରୁ କନକ ବର୍ଦ୍ଧନ ସିଂହଦେଓ, ଟିଟିଲାଗଡ଼ରୁ ଅଶୋକ ଡ଼ୋରା, କଣ୍ଟାବାଞ୍ଝିରୁ ଲକ୍ଷ୍ମଣ ବାଗ, ଖରିଆରରୁ ରିତାରାଣୀ ବଗର୍ତ୍ତି, ଉମରକୋଟରୁ ନିତ୍ୟାନନ୍ଦ ଗୋଣ୍ଡ, ନବରଙ୍ଗପୁରରୁ ଗୌରୀ ମାଝୀ, ଲାଞ୍ଜିଗଡ଼ରୁ ରମେଶ ମାଝୀ, ଜୁନାଗଡ଼ରୁ ମନୋଜ ମେହେର, ଧର୍ମଗଡ଼ରୁ ଅନନ୍ତ ପ୍ରତାପ ଦେଓ, ନର୍ଲାରୁ ଅନିରୁଦ୍ଧ ପ୍ରଧାନ, ବାଳୁଗୁଡ଼ାରୁ କରେନ୍ଦ୍ର ମାଝୀ, ଜି ଉଦୟଗିରିରୁ ଅର୍ଚନା ପ୍ରଧାନ, କଣ୍ଟାମାଲରୁ କହ୍ନେଇ ଡାଙ୍ଗ, ବୌଦ୍ଧରୁ ସୁଶାନ୍ତ ପ୍ରଧାନ, ବଡମ୍ବାରୁ ବିଜୟ କୁମାର ଦଳବେହେରା, ବାରବାଟୀ କଟକରୁ ସମୀର ଦେ, ଚୌଦ୍ୱାର କଟକରୁ ନୟନ କିଶୋର ମହାନ୍ତି, କଟକ ସଦରରୁ ଦିଲ୍ଲୀପ ମଲ୍ଲିକ, ସାଲେପୁରରୁ ପ୍ରକାଶ ବେହେରା, ମାହାଙ୍ଗାରୁ ସାରଦା ପ୍ରଧାନ, ଆଳିରୁ ଦୋଳ ଗୋବିନ୍ଦ ନାୟକ, ରାଜନଗରରୁ ଅଲେଖ ଜେନା, ତିର୍ତ୍ତୋଲରୁ ରମାକାନ୍ତ ଭୋଇ, ବାଲିକୁଦା-ଏରସମାରୁ ଦାମୋଦର ରାଉତ, ଜଗତସିଂହପୁରରୁ ସତ୍ୟବ୍ରତ ମହାପାତ୍ର, କାକଟପୁରରୁ ତୁଷାରକାନ୍ତି ବେହେରା, ନିମାପଡାରୁ ପ୍ରଭାତୀ ପରିଡା, ବ୍ରହ୍ମଗିରିରୁ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର ବିଜେପି ପ୍ରାର୍ଥୀ ହୋଇଛନ୍ତି ।
ସତ୍ୟବାଦୀରୁ ଓମ ପ୍ରକାଶ ମିଶ୍ର, ପିପିଲିରୁ ଅଶ୍ରିତ ପଟନାୟକ, ମଧ୍ୟ ଭୁବନେଶ୍ୱରରୁ ଜଗନ୍ନାଥ ପ୍ରଧାନ, ଏକାମ୍ର ଭୁବନେଶ୍ୱରରୁ ବାବୁ ସିଂହ, ଖୋର୍ଦ୍ଧାରୁ କାଳୁଖଣ୍ଡାୟତ ରାୟ, ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ରଣପୁରରୁ ସୁରମା ପାଢ଼ୀ, ଖଣ୍ଡପଡାରୁ ସିଦ୍ଧାର୍ଥ ସିଂ ମର୍ଦରାଜ, ନୟାଗଡ଼ରୁ ଇରାନୀ ରାୟ, ଭଞ୍ଜନଗରରୁ ପ୍ରଦ୍ୟୁମ୍ନ ନାୟକ, ପୋଲସରାରୁ ଗୋକୁଳାନନ୍ଦ ମଲ୍ଲିକ, ଖଲ୍ଲିକୋଟରୁ ଭାରତୀ ବେହେରା, ଆସିକାରୁ ସରୋଜ ପାଢ଼ୀ, ସାନଖେମୁଣ୍ଡିରୁ ବିଜୟ ସ୍ୱାଇଁ, ଗୋପାଳପୁରରୁ ବିଭୁତି ଜେନା, ଚିକିଟିରୁ ମନୋରଞ୍ଜନ ଦାନସାମନ୍ତରାୟ, ପାରଳାଖେମୁଣ୍ଡିରୁ କେ. ନାରାୟଣ ରାଓ, ବିଷମ କଟକରୁ ଶିବଶଙ୍କର ଉଲ୍ଲାକା, ଲକ୍ଷ୍ମୀପୁରରୁ କୁମୁଡା ସାଉନ୍ତ, କୋଟପାଡ଼ରୁ ଖଗେଶ୍ବର ପୂଜାରୀ, ପଟାଙ୍ଗିରୁ ରାମ ଚନ୍ଦ୍ର ପାଙ୍ଗି ଓ ମାଲକାନଗିରିରୁ ଆଦିତ୍ୟ ମାଢି ପ୍ରାର୍ଥୀ ହୋଇଛନ୍ତି ।
Share

Leave a Reply

Your email address will not be published. Required fields are marked *

20 − 6 =