୨୮ ଲକ୍ଷ କର୍ମଚାରୀଙ୍କୁ ମିଳିବ ବୋନସ

ୟୁପି: ଦୀପାବଳିରେ ସବୁଠି ପ୍ରାୟତଃ କର୍ମଚାରୀଙ୍କୁ ମିଳିଥାଏ ବୋନସ । ତେବେ କର୍ମଚାରୀଙ୍କ ଲାଗି ସରକାର ମଧ୍ୟ ବଡ଼ ଘୋଷଣା କରିଛନ୍ତି । ତେବେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଏଭଳି ଘୋଷଣା କରାଯାଇଛି । ୨୮ ଲକ୍ଷ କର୍ମଚାରୀଙ୍କୁ ମିଳିବ ବୋନସ । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ବୋନସର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଞ୍ଜୁରି ଦେଇଛନ୍ତି । ଅକ୍ଟୋବରର ଦରମା ସହିତ ଏହା ନଭେମ୍ବରରେ ପ୍ରଦାନ କରାଯିବ ।
ବୋନସର ୨୫ ପ୍ରତିଶତ ନଗଦ ଓ ୭୫ ପ୍ରତିଶତ ଜିପିଏଫରେ ପଠାଯିବ । ଏହାର ସର୍ବାଧିକ ସୀମା ୭,୦୦୦ ଟଙ୍କା ବୋଲି ପ୍ରସ୍ତାବ ଦିଆଯାଇଛି । ଏହା ସହିତ କର୍ମଚାରୀମାନଙ୍କୁ ୩୦ ଦିନ ପାଇଁ ୬,୯୦୮ ଟଙ୍କା ବୋନସ୍ ଦିଆଯାଇପାରେ । ତେବେ ଉତ୍ତରପ୍ରଦେଶର କର୍ମଚାରୀ ଓ ପେନସନଭୋଗୀମାନେ ବର୍ତ୍ତମାନ ସମୟରେ ୨୮ ପ୍ରତିଶତ ଡିଏ ଓ ଡିଆର ପାଉଛନ୍ତି । ଏହାକୁ ୩୧ ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

nine + 1 =