ଲୋକସଭାରେ ଆଗତ ହେଲା ଟ୍ରିପଲ୍ ତଲାକ୍ ବିଲ୍

ନୂଆଦିଲ୍ଲୀ()   ଆଜି ଲୋକସଭାରେ ନୂଆ ରୂପରେ ଆଗତ ହୋଇଛି ‘ଟ୍ରିପଲ୍ ତଲାକ୍’ ବିଲ୍ । ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଲ ଉପସ୍ଥାପନ କରିଛନ୍ତି। ତେବେ ବିରୋଧୀ ଦଳ ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯିବା ସହ ଏପରି ବିଲ୍ ଆଗତ କରିବା ସମ୍ବିଧାନ ବିରୋଧୀ ବୋଲି କୁହାଯାଇଥିଲା।ଏହି ସମୟରେ ବିଲ୍ ସପକ୍ଷରେ ୧୮୬ ଜଣ ସାଂସଦ ଭୋଟିଂ କରିଥିବା ବେଳେ ବିପକ୍ଷରେ ୭୪ ଜଣ ଯାଇଥିଲେ।

ମୁସଲିମ୍ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ୍ ୨୦୧୯ ମୋଦି-୨ ସରକାରଙ୍କ ଲୋକସଭାରେ ପ୍ରଥମ ବିଲ୍ ଭାବେ ଆଗତ ହୋଇଛି। ଲିଙ୍ଗଗତ ସମାନତା ଓ ନ୍ୟାୟ ପ୍ରଦାନ ପାଇଁ ଏଭଳି ବିଲ୍ର ଆବଶ୍ୟକତା ରହିଛି ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି। ଏଭଳି ବିଲ୍ ଧର୍ମ ଆଧାରରେ ନୁହେଁ, ବରଂ ନ୍ୟାୟ ଆଧାରରେ ପ୍ରସ୍ତୁତ ହୋଇଛି।

ଦେଶରେ ୫୪୩ଟି ଟ୍ରିପଲ୍ ତଲାକ୍ ଘଟଣାରେ ମୁସଲିମ ମହିଳାମାନେ କେମିତି ନିର୍ୟାତିତ ହେଉଛନ୍ତି, ତା’ର ଉଦାହରଣ ରହିଛି। ସୁପ୍ରିମକୋର୍ଟ ଟ୍ରିପଲ୍ ତଲାକ୍ ପ୍ରଥାକୁ ବ୍ୟାନ୍ କରିବା ପରେ ମଧ୍ୟ ୨୦୦ଟି ଘଟଣା ଘଟିଛି। ଏହା ମହିଳାଙ୍କ ସମ୍ମାନର କଥା। ଆମେ ମହିଳାଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରସାଦ କହିଛନ୍ତି।ଏହାପରେ ବାଚସ୍ପତି ଓମ ବିର୍ଲା ବିଲ୍ ଆଗତ କରିବାକୁ କହିଥିଲେ। କିନ୍ତୁ ଏହାକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଥିଲେ। ହୋହଲ୍ଲା ହେବାରୁ ବାଚସ୍ପତି ବିରୋଧୀଙ୍କୁ ସେମାନଙ୍କ ମତ ରଖିବାକୁ କହିଥିଲେ।

Share

Leave a Reply

Your email address will not be published. Required fields are marked *

eighteen − 6 =