ଗାଙ୍ଗୁଲି ପୁଣି ହସ୍ପିଟାଲରେ ଭର୍ତ୍ତି

କୋଲକାତା: ପୁଣି ବିଗିଡିଲା ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା । ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଥରେ ଖରାପ ହୋଇଛି । ଦେହ ଖରାପ ହେବା ପରେ ସୌରଭ ଗାଙ୍ଗୁଲିଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଅଚନାକ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କୋଲକାତା ସ୍ଥିତ ଅପୋଲୋ ହସ୍ପିଟାଲରେ ସୌରଭ ଗାଙ୍ଗୁଲିଙ୍କୁ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, ଜାନୁଆରୀ ୨ ଛାତିରେ ଯନ୍ତ୍ରଣା ଲାଗି କୋଲକାତା ସ୍ଥିତ ଉଡଲାଣ୍ଡ ମେଡିକାଲରେ ଗାଙ୍ଗୁଲିଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରା ଯାଇଥିଲା । ଜାନୁଆରୀ ୨ତାରିଖ ସକାଳୁ ଜିମରେ ବ୍ୟାୟାମ କଲା ବେଳେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏହାପରେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଗାଙ୍ଗୁଲିଙ୍କୁ ପାଞ୍ଚ ଦିନ ଧରି ରଖାଯାଇଥିଲା , ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ହେବାପରେ ପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା । ଡିସଚାର୍ଜ ହେବା ପରେ ମେଡିକାଲ ଷ୍ଟାଫ୍‌ ଓ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଥିଲା ସୌରଭ ।

Share

Leave a Reply

Your email address will not be published. Required fields are marked *

nineteen − six =