ଆସନ୍ତାକାଲି ଭାରତ ଗସ୍ତରେ ଆସିବେ ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ

ଆସନ୍ତାକାଲି ଭାରତ ଗସ୍ତରେ ଆସିବେ ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ । ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ । ୟୁକ୍ରେନ୍‌ ସହ ଯୁଦ୍ଧ ଭିତରେ ରୁଷ୍‌ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ବେଶ ଗୁରୁତ୍ୱ ରଖୁଛି । ଲାଭରୋଭ ଏବେ ଚୀନରେ ଅଛନ୍ତି । ଚୀନ୍‌ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵିଙ୍କୁ ସାକ୍ଷାତ କରିଛନ୍ତି ଲାଭରୋଭ। ୟୁକ୍ରେନ-ରୁଷ ଯୁଦ୍ଧ ଆରମ୍ଭ ହେବା ପରେ ଏହା ସର୍ଗୋଇ ଲାଭରୋଭଙ୍କର ପ୍ରଥମ ଚୀନ ଗସ୍ତ ।

ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ଲାଭରୋଭ ପାକିସ୍ତାନ, ଇରାନ, ତାଜିକିସ୍ତାନ , ଉଜବେକିସ୍ତାନ ପ୍ରତିନିଧିଙ୍କ ସହ ଆଲୋଚନା କରିବେ । ଏହାପରେ ସେ ଆସୁଛନ୍ତି ଭାରତ । ୟୁକ୍ରେନର ମାନବୀୟ ସଙ୍କଟ ଉପରେ ରୁଷ ଆଗତ କରିଥିବା UNSCର ଏକ ସଙ୍କଳ୍ପ ଉପରେ ମତଦାନରେ ଭାରତ ଅନୁପସ୍ଥିତ ରହିଥିଲା । ପୂର୍ବରୁ ମଧ୍ୟ EU ଦ୍ୱାରା ଆଗତ ଅନେକ ସଙ୍କଳ୍ପରେ ଭାରତ ନ୍ୟୁଟ୍ରାଲ ରହିଥିଲା । ଏନେଇ ଭାରତ ବୈଦେଶିକ ମନ୍ତ୍ରୀ ଏସ .ଜୟଶଙ୍କରଙ୍କ ସହ ଆଲୋଚନା କରିପାରନ୍ତି ।

Share

Leave a Reply

Your email address will not be published. Required fields are marked *

three × 1 =