ରୁଷ୍ ଆକ୍ରମଣରେ ୨ ଶିଶୁ ସମେତ ୭ ମୃତ

ୟୁକ୍ରେନ୍‌ର ଗ୍ରାମାଞ୍ଚଳରେ ରୁଷ୍ ସେନା ଆକ୍ରମଣରେ ୨ ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ୟୁକ୍ରେନ୍ ପୁଲିସ ପକ୍ଷରୁ ଦାବି କରାଯାଇଛି । ଅନ୍ୟପକ୍ଷରେ ୟୁକ୍ରେନ୍‌ର କୌଣସି ଜନବସତି ଅଞ୍ଚଳରେ ସେନା ପକ୍ଷରୁ କୌଣସି ଆକ୍ରମଣ ହେଉନାହିଁ ବୋଲି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଛନ୍ତି । ସେହିପରି ଶୁକ୍ରବାର ସକାଳେ ରୁଷ୍‌ସେନା ଜପୋରିଜିୟା ନ୍ୟୁକ୍ଲିୟର୍ ପାୱାର୍ ପ୍ଲାଣ୍ଟ୍ ଉପରେ ଆକ୍ରମଣ କରି ଏହାକୁ କବ୍‌ଜା କରିବା ପରେ ବିଶ୍ୱସାରା ହଇଚଇ ସୃଷ୍ଟି ହୋଇଛି । ଆକ୍ରମଣର ତୁରନ୍ତ ପରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍‌ଙ୍କ ସହ ଫୋନ୍‌ରେ କଥାବାର୍ତ୍ତା କରିଛନ୍ତି । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଜନ୍‌ସନ୍ ଏହି ପ୍ରସଙ୍ଗ ରୁଷ୍ ଓ ଅନ୍ୟ ସହଯୋଗୀଙ୍କ ନିକଟରେ ଉଠାଇବା ସହ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିବା ପାଇଁ ଏହି ଅବସରରେ କହିଛନ୍ତି । ରୁଷ୍ ତୁରନ୍ତ ଆକ୍ରମଣ ବନ୍ଦ କରିବା ଆବଶ୍ୟକ ବୋଲି ଉଭୟ ନେତା ସହମତ ହୋଇଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ କୁହାଯାଇଛି । ନ୍ୟୁକ୍ଲିୟର୍ ପାୱାର୍ ପ୍ଲାଣ୍ଟ୍ ଉପରେ ଆକ୍ରମଣକୁ ନେଇ ଆମେରିକା ରାଷ୍ଟ୍ରପତି ବାଇଡେନ୍ ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି । ଏବେ ରୁଷ୍‌କୁ ଯୁଦ୍ଧ ବନ୍ଦ କରିବା ସହ ପ୍ଲାଣ୍ଟ ମଧ୍ୟକୁ ଇମର୍ଜେନ୍ସି ଟିମ୍‌କୁ ପ୍ରବେଶ ଅନୁମତି ଦେବା ଉଚିତ ବୋଲି କହିଥିଲେ ।

Share

Leave a Reply

Your email address will not be published. Required fields are marked *

eight + 8 =