ମାର୍ଚ୍ଚ ୮ ପରେ ଦେଶରେ ୧୩ ଟଙ୍କା ବୃଦ୍ଧି ପାଇପାରେ ତୈଳ ଦର

ଋଷ-ୟୁକ୍ରେନ ମଧ୍ୟରେ ଜାରି ଘମାଘୋଟ ଯୁଦ୍ଧ । ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି ସତ କିନ୍ତୁ ଏହା ଦ୍ୱାରା ସାରା ବିଶ୍ୱରେ ଦରଦାମ ବୃଦ୍ଧି ପାଇବାରେ ଲାଗିଛି । ଏହି ଯୁଦ୍ଧ ଫଳରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଅଶୋଧିତ ତୈଳ ଦର । ଦୀର୍ଘ ସାତବର୍ଷ ପରେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୦୦ ଡଲାର ଟପିଛି । ବର୍ତ୍ତମାନ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୦୯ ଡଲାର ରହିଛି ।

ଋଷ-ୟୁକ୍ରେନ ଯୁଦ୍ଧ ପୂର୍ବରୁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୦ ଡଲାର ରହିଥିଲା । କିନ୍ତୁ ଯୁଦ୍ଧ ଆରମ୍ଭ ହେବା ପରେ ଏହା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଗତ ୭ ଦିନ ମଧ୍ୟରେ ଅଶୋଧିତ ତୈଳ ଦରରେ ୧୯ ଡଲାର ବୃଦ୍ଧି ପାଇଛି । ତେବେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଫଳରେ ଦେଶରେ ବୃଦ୍ଧି ପାଇପାରେ ତୈଳଦର । ଦେଶରେ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଚାଲୁଥିବାରୁ ତୈଳ ଦର ବୃଦ୍ଧିରେ ରୋକ ଲାଗିଛି । ତେବେ ମାର୍ଚ୍ଚ ୮ରେ ନିର୍ବାଚନ ଶେଷ ହେଉଥିବାବେଳେ ତୈଳଦର ମାର୍ଚ୍ଚ ୮ ପରେ ୧୩.୫୦ ପଇସା ବଢିପାରେ । ଏନେଇ ସୂଚନା ଦେଇଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ ।

Share

Leave a Reply

Your email address will not be published. Required fields are marked *

seventeen + 11 =