ଦ୍ୱିତୀୟଥର କ୍ଷମା ଆବେଦନ କଲେ ଅକ୍ଷୟ

ନୂଆଦିଲ୍ଲୀ () ପୁଣିଥରେ ଆଜି ରାଜକ୍ଷମା ପାଇଁ ଆବେଦନ କରିଛି ନିର୍ଭୟା ଦୋଷୀ ଅକ୍ଷୟ । ପ୍ରଥମ ଆବେଦନରେ ସମ୍ପୂର୍ଣ୍ଣ ତଥ୍ୟ ନଥିବା ଦର୍ଶାଇ ପୁନଃ ଆବେଦନ କରିଛି । ପୂର୍ବରୁ ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଆସନ୍ତା ୩ ମାର୍ଚ୍ଚ ସକାଳ ୬ଟା ସମୟରେ ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଦିଆଯିବା ନେଇ ସୂଚନା ରହିଛି । ସମୟ ଗଡ଼ିବା ସଙ୍ଗେ ସଙ୍ଗେ ଦୋଷୀମାନେ ଫାଶୀ ଆଳରୁ ବଞ୍ଚିବା ପାଇଁ ନୂଆ ନୂଆ ଚାଲ ଖେଳିବାରେ ଲାଗି ପଡ଼ିଛନ୍ତି ।

ସେହିପରି ଗତକାଲି ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି । ସେ ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ଆବେଦନ କରିଛି ।

Share

Leave a Reply

Your email address will not be published. Required fields are marked *

13 − three =