ମୋଦିଙ୍କ ବୈଠକକୁ ଯିବେନି ମମତା, ନବୀନ, କେଜରିୱାଲ

ଭୁବନେଶ୍ବର () ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗେ ଦେବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକକୁ ଯିବେନି ବୋଲି ଘୋଷଣା କରିଥିଲେ  । 16 ତାରିଖ ପବିତ୍ର ଇଦ ଅବସରରେ ନିଜ ଲୋକଙ୍କୁ ଛାଡି ଦିଲ୍ଲୀ ଯିବେ ନାହିଁ ବୋଲି ଘୋଷଣା କରିଥିଲେ  ।

ତେବେ ନବୀନ ପଟ୍ଟନାୟକ କେଉଁ କାରଣରୁ ଏହି ବୈଠକକୁ ଯାଉନାହାଁନ୍ତି ତାହା ସ୍ପଷ୍ଟ ହୋଇନି  । ସୂଚନା ଅନୁଯାୟୀ ଓଡିଶା ସରକାରଙ୍କ ତରଫରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏହି ବୈଠକରେ ପ୍ରତିନିଧିତ୍ବ କରିପାରନ୍ତି  ।

ନୀତି ଆୟୋଗର ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମବାୟ ସଂଘୀୟ ବ୍ୟବସ୍ଥା, ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟାନ୍ବୟନ, କୃଷିର ବିକାଶ, ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପର ଅଗ୍ରଗତି, ଆୟୁଷ୍ମାନ ଭାରତ ଯୋଜନା, ଆକାଂକ୍ଷୀ ଜିଲ୍ଲା ଯୋଜନା, ପୋଷଣ ମିଶନ ଓ ଇନ୍ଦ୍ରଧନୁସ ମିଶନ ସଂପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି  । ଏଥିସହିତ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀ ପାଳନ ନେଇ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି  ।

ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗ ନଦେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି  । ଗୋଟେପଟେ ନିକଟରେ ରାହୁଲ ଗାନ୍ଧୀ ଡାକିଥିବା ଇଫତାର ପାର୍ଟିରେ ସବୁ ବିଜେପି ବିରୋଧୀ ଏକାଠି ହୋଇଥିଲେ  । ବିଜେଡିରୁ ଯଦିଓ କେହି ଏହି ବୈଠକରେ ଯୋଗ ଦେଇନଥିଲେ, ତଥାପି ନୀତି ଆୟୋଗ ବୈଠକକୁ ମମତାଙ୍କ ପରି ନବୀନ ବି ନଯିବା ଭିନ୍ନ ଏକ ରାଜନୈତିକ ବାର୍ତ୍ତା ଦେଉଛି  ।

Share

Leave a Reply

Your email address will not be published. Required fields are marked *

eighteen − fourteen =