ଦେଶରେ ୨୮ହଜାର ୪୩୫ ପଜିଟିଭ୍ କେସ୍ ରହିଛି

ନୂଆଦିଲ୍ଲୀ() ଦେଶରେ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ଅଧିକରୁ ଅଧିକ ନମୁନା ପରୀକ୍ଷା କରାଯାଉ । ଡ୍ରୋନ ଜରିଆରେ ତାଲାବନ୍ଦ ସ୍ଥିତି ଉପରେ ନଜର ରଖାଯାଉଛି । ଏହାସହ କେନ୍ଦ୍ରୀୟ ଟିମ୍ ବିଭିନ୍ନ ରାଜ୍ୟକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କରୋନା ମୁକାବିଲା କରୁଛନ୍ତି ।

୧୭ଟି ଜିଲ୍ଳାରେ ୨୮ଦିନ ହେଲା କୌଣସି ପଜିଟିଭ୍ କେସ୍ ସାମ୍ନାକୁ ଆସିନାହିଁ । ଦେଶରେ ଏବେ ୨୮ହଜାର ୪୩୫ ପଜିଟିଭ୍ କେସ୍ ରହିଛି । ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୯୩୪କୁ ବୃଦ୍ଧି ପାଇଛି । ଏହାସହ ୬ହଜାର ୮୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୨୧ହଜାର ୬୩୨ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଦେଶରେ ଏବେ କରୋନା ଆକ୍ରାନ୍ତ ସୁସ୍ଥ ହେବା ହାର ୨୩.୩% ରହିଛି ।

Share

Leave a Reply

Your email address will not be published. Required fields are marked *

eight − one =